ବସ୍ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

Advertisment

ସଡକ ସୁରକ୍ଷା ସପ୍ତାହରେ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ପରିବା କିଣି ସାରି ଘରକୁ ଫେରୁଥିବା ବେଳେ ସୁରୁ ସିଂ (୪୮)ଙ୍କ ଉପରେ ବସ୍‌ ଚଢ଼ି ଯାଇଛି।  

ସଡକ ସୁରକ୍ଷା ସପ୍ତାହରେ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ପରିବା କିଣି ସାରି ଘରକୁ ଫେରୁଥିବା ବେଳେ ସୁରୁ ସିଂ (୪୮)ଙ୍କ ଉପରେ ବସ୍‌ ଚଢ଼ି ଯାଇଛି।  

Accident in Rai

ରାଇରଙ୍ଗପୁର: ସଡକ ସୁରକ୍ଷା ସପ୍ତାହରେ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ସୁରୁ ସିଂ (୪୮)। 

ସୂଚନା ଅନୁଯାୟୀ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁରଠାରୁ ଯଶିପୁର ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ବ ହେବ ଚାଲିଛି। ଫଳରେ ଦୁଇ ଥାକିଆ ବିଶିଷ୍ଟ ରାସ୍ତାରେ ବର୍ତମାନ କେବଳ ଏକ ଥାକିଆ ରାସ୍ତାରେ ଉଭୟ ପଟୁ ଯାତ୍ରୀମାନେ ଯାତାୟତ କରୁଛନ୍ତି। ଫଳରେ ପ୍ରାୟ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଆଜି ସନ୍ଧ୍ୟା ସମୟରେ ଭାଲୁବସା ନିକଟରୁ ସଉଦା କରି ରାଇରଙ୍ଗପୁର ଗ୍ରାମାଂଚଳ ଥାନା ପଡ଼ାଡ଼ିହା ଗ୍ରାମର ସର୍ଗତଃ ମଧୁ ସିଂଙ୍କ ପୁଅ ସୁରୁ ସିଂ ଘରକୁ ଫେରୁଥିବା ସମୟରେ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ରାଣୀବନ୍ଧ ନିକଟରେ ଘଟଗାଁରୁ ତିରିଂ (ପଣ୍ଡୁପାଣି)କୁ ଯାଉଥିବା ସଦାଶିବ (ଓଆର୍‌୦୯-ଏନ୍ ୭୩୦୭)ନାମକ ବସ୍ ତାଙ୍କୁ ଧକ୍ଲା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। 

ଆଜି ସନ୍ଧ୍ୟା ସମୟରେ ଭାଲୁବସା ନିକଟରୁ ସଉଦା କରି ରାଇରଙ୍ଗପୁର ଗ୍ରାମାଂଚଳ ଥାନା ପଡ଼ାଡ଼ିହା ଗ୍ରାମର ସର୍ଗତଃ ମଧୁ ସିଂଙ୍କ ପୁଅ ସୁରୁ ସିଂ ଘରକୁ ଫେରୁଥିବା ସମୟରେ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ରାଣୀବନ୍ଧ ନିକଟରେ ଘଟଗାଁରୁ ତିରିଂ (ପଣ୍ଡୁପାଣି)କୁ ଯାଉଥିବା ସଦାଶିବ (ଓଆର୍‌୦୯-ଏନ୍ ୭୩୦୭)ନାମକ ବସ୍ ତାଙ୍କୁ ଧକ୍ଲା ଦେଇଥିଲା।

ରିପୋର୍ଟ ଲେଖାଯିବା ବେଳକୁ ୨୨୦ ନଂ ଜାତୀୟ ରାଜପଥକୁ ସ୍ଥାନୀୟ ବାସିନ୍ଦା ଅବରୋଧ କରିଛନ୍ତି। ଫଳରେ ଯାତାୟତ ସମ୍ପୂର୍ଣ ଠପ୍ ହୋଇଯାଇଛି। ଦୁର୍ଘଟଣାପରେ ବସ୍ ଚାଳକ ସେଠାରୁ ଫେରାର୍ ହୋଇଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏନ୍‌ଏଚ୍‌ଏଆଇ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରାଯାଉ ନାହିଁ  ସୂଚନାଯୋଗ୍ୟ ଯେ ଗତ ୨୭ ଡିସେମ୍ବରରେ ୨୨୦ ନଂ ଜାତୀୟ ରାଜପଥର ରାଇରଙ୍ଗପୁର ନିକଟରେ ପିକଅପ୍ ଓ ବାଇକ୍ ଦୂର୍ଘଟଣାରେ ଦୁଇଜଣଙ୍କ  ମୃତ୍ୟୁ ଘଟିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe