ନିଖୋଜ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Advertisment

ଗୋରୁମହିଷାଣି: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରୁ ତିନିଦିନ ପୂର୍ବରୁ ନିଖୋଜ ଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଆଜି ପୁଲିସ ଏକ ଗଛରୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ହେଲେ ଗୁରୁବାରୀ ନାଏକ (୩୫)।

ଗୋରୁମହିଷାଣି: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରୁ ତିନିଦିନ ପୂର୍ବରୁ ନିଖୋଜ ଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଆଜି ପୁଲିସ ଏକ ଗଛରୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ହେଲେ ଗୁରୁବାରୀ ନାଏକ (୩୫)।

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

ରାଇରଙ୍ଗପୁର/ ଗୋରୁମହିଷାଣି: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଞ୍ଚଳରୁ ତିନିଦିନ ପୂର୍ବରୁ ନିଖୋଜ ଥିବା ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ଆଜି ପୁଲିସ ଏକ ଗଛରୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ହେଲେ ଗୁରୁବାରୀ ନାଏକ (୩୫)।

ଗୋରୁମହିଷାଣି ଥାନା ଅଞ୍ଚଳ ବଡ଼ବିଲ ଗାଁର ଗୁରୁବାରୀ ନାଏକ ଗତ ମଙ୍ଗଳବାର ସନ୍ଧ୍ୟାରୁ ଘରୁ କୁଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ। ଆଜି କଟୁପିଟ ଗାଁର ଏକ ଗଛରେ ଗୁରୁବାରୀଙ୍କ ଝୁଲନ୍ତା ମୃତଦେହ ଦେଖ୍ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। 

ଖବର ପାଇ ଗୋରୁମହିଷାଣି ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲାI ତଦନ୍ତ ପରେ ମହିଳାଙ୍କ ପରିଚୟ ବଡ଼ବିଲ ଗାଁର ନୁଙ୍ଗୁ ନାଏକଙ୍କ ସ୍ତ୍ରୀ ଗୁରୁବାରୀ ନାଏକ ବୋଲି ଜଣାପଡ଼ିଥିଲା। ପୁଲିସ ରାଇରଙ୍ଗପୁର ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏନେଇ ଗୋରୁମହିଷାଣି ଥାନା ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe