୬ ଶହ ଟପିଲା କରୋନା ମୃତକଙ୍କ ସଂଖ୍ୟା,ଆଜି ପୁଣି ୧୪ ଜଣଙ୍କ ମୃତ୍ୟୁ

Advertisment
୬ ଶହ ଟପିଲା କରୋନା ମୃତକଙ୍କ ସଂଖ୍ୟା,ଆଜି ପୁଣି ୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଫଳରେ ୬ ଶହ ଟପିଛି କରୋନା ମୃତ୍ୟୁ ସଂଖ୍ୟା । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୦୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୁରୀରୁ ୩ ଓ ମୟୂରଭଞ୍ଜର ୨ କରୋନା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି । ଅପରପକ୍ଷରେ କଟକ, କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲାର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ମୃତକ ଅଛନ୍ତି। ଅନ୍ୟ ୪ଜଣଙ୍କ ଭିତରେ ଭୁବନେଶ୍ବରର ଜଣେ ୭୪ ବର୍ଷୀୟା ଓ ଜଣେ ୭୧ ବର୍ଷୀୟା ମହିଳା ଏବଂ ୫୧ ଓ ୫୬ ବର୍ଷର ପୁରୁଷ ଅଛନ୍ତି। ପୁରୀର ତିନି ମୃତକ ପୁରୁଷଙ୍କ ବୟସ ଯଥାକ୍ରମେ ୮୬, ୭୨, ଓ ୪୩ ବର୍ଷ। ମୟୂରଭଞ୍ଜର ଦୁଇ ମୃତକ ମହିଳାଙ୍କ ବୟସ ଯଥାକ୍ରମେ ୬୫ ଓ ୪୫ ବର୍ଷ।
କଟକର ଜଣେ ୮୦ ବର୍ଷୀୟା ମହିଳାଙ୍କର କରୋନାରେ ପ୍ରାଣହାନି ଘଟିଛି। ଅପରପକ୍ଷରେ କଳାହାଣ୍ଡି, କୋରାପୁଟ ଓ ସମ୍ବଲପୁରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି, ସେମାନଙ୍କ ବୟସ ଯଥାକ୍ରମେ ୬୧, ୬୦, ଓ ୪୫ ବର୍ଷ।
ଏବେ ରାଜ୍ୟରେ ମୋଟ୍ ୧ ଲକ୍ଷ ୮ ହଜାର ୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪,୪୫୮ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe