ମନେପଡ଼ିଲେ ଅମର୍ଦା ସହିଦ: ସଂଗ୍ରହାଳୟ ସ୍ଥାପନ ପାଇଁ ଦାବି ଜୋର୍‌ ଧରିଲା

Advertisment
ମନେପଡ଼ିଲେ ଅମର୍ଦା ସହିଦ: ସଂଗ୍ରହାଳୟ ସ୍ଥାପନ ପାଇଁ ଦାବି ଜୋର୍‌ ଧରିଲା

ରାସଗୋବିନ୍ଦପୁର/ମାଣିଦା: ୧୪୫ ମସିହା ଜୁଲାଇ ୨୬ ତାରିଖରେ ରାସଗୋବିନ୍ଦପୁର ବ୍ଲକ୍‌ ଅମର୍ଦା ଏୟାର୍‌ଷ୍ଟ୍ରିପ୍‌ରୁ ଉଡ଼ାଣ ଭରିଥିବା ଦୁଇଟି ବିମାନ ମଝି ଆକାଶରେ ଧକ୍କା ଖାଇ ଜଳି ଯାଇଥିଲା। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ମୃତକଙ୍କମାନଙ୍କ ସ୍ମୃତିରେ ୨୦୧୧ ମସିହାରୁ ଅମର୍ଦ୍ଦା ଏୟାର୍‌ଷ୍ଟ୍ରିପ୍‌ରେ ପ୍ରତିବର୍ଷ ଆଜିର ଦିନରେ ସ୍ମୃତିଦିବସ ପାଳନ ହେଉଛି।

ଗତକାଲି ଆୟୋଜିତ ସ୍ମୃତି ଦିବସରେ ବିଶିଷ୍ଟ ଇତିହାସ ଗବେଷକ ଅନୀଲ ଧୀର, ବିଧାୟକ ରାଜକିଶୋର ଦାସ, ପ୍ରୁଫ କମାଣ୍ଡର ରଣ ସିଂ, ବିଶିଷ୍ଟ ସମାଜସେବୀ ଡ. ଆଦିତ୍ୟ ପଟ୍ଟନାୟକ, ସମାଜସେବୀ ଗୀତାଞ୍ଜଳି ପଟ୍ଟନାୟକ, ପରିବେଶବିତ୍‌ ବିଶ୍ୱଜିତ ମହାନ୍ତି, ଦେବାଶିଷ ମହାନ୍ତି, ପ୍ରବୀର କୁମାର ଘୋଷ, ସୁଧାଂଶୁ ନାଏକ, ଶ୍ୟାମସୁନ୍ଦର ଡାକୁଆ, ତହସିଲଦାର ନିର୍ଲିପ୍ତା ମହାନ୍ତି, ଆଇଆଇସି ଲୋପାମୁଦ୍ରା ନାୟକ, ରାସଗୋବିନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ବସନ୍ତ ମହାନ୍ତ, ନଳଗଜା କଲେଜ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମହାନ୍ତି, ଶ୍ରୀଧର ମହାଳିକ, ଡ. ପିଏଲ୍‌ ଦାସ, ସଂଗ୍ରାମ ଦାସ, ଇଂ. ପ୍ରତୀକ ପଟ୍ଟନାୟକ, ପ୍ରଶାନ୍ତ ଲେଙ୍କା, ଉତ୍ତମ ମହାନ୍ତି, ମନୋଜ ଘୋଷ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସହିଦଙ୍କ ସ୍ମୃତିରେ ଏଠାରେ ଏକ ସଂଗ୍ରାହଳୟ ପ୍ରତିଷ୍ଠା କରିବାକୁ ସମସ୍ତେ ଏକ ସ୍ବରରେ ଦାବି ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe