ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ, ଏସଭିଏସ ଶିରିଶବଣୀ ପକ୍ଷରୁ ୧ଲକ୍ଷ ୧୧ ହଜାର ୧୧୧ ଟଙ୍କା ସମର୍ପଣ

ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ନିଧି ସଂଗ୍ରହ ଅଭିଯାନ, ଏସଭିଏସ ଶିରିଶବଣୀ ପକ୍ଷରୁ ୧ଲକ୍ଷ ୧୧ ହଜାର ୧୧୧ ଟଙ୍କା ସମର୍ପଣ

ବାରିପଦା : ଅଯୋଧ୍ୟାରେ ଶ୍ରୀରାମ ମନ୍ଧିର ନିର୍ମାଣ ପାଇଁ ଜିଲ୍ଲାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଜାରି ରହିଛି । ଏହି ଅବସରରେ ଏସ୍‌ଭିଏସ ଶିରିଶବଣୀ ପକ୍ଷରୁ ୧ଲକ୍ଷ ୧୧ ହଜାର ଶହେ ଏଗାର ଟଙ୍କା ପ୍ରଦାନ କରାଯାଇଛି । ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ୱର ଟୁଡୁ, ବରିଷ୍ଠ ବିଜେପି ନେତା ଛୋଟେଲାଲ ମହାନ୍ତ, ରାଜ୍ୟ ଶିକ୍ଷା ବିକାଶ ସମିତିର ସଂଗଠନ ସମ୍ପାଦକ ରମାକାନ୍ତ ମହାନ୍ତ, ବିଦ୍ୟାଳୟ ସମ୍ପାଦକ ଅଜୟ କୁମାର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ବୀଣା ଦାଶ ଏକଲକ୍ଷ ଏଗାର ହଜାର ଏକଶହ ଏଗାର ଟଙ୍କାର ନିଧି ରାଶିର ଚେକ୍‌ ସମର୍ପଣ କରିଥିଲେ । ବିଦ୍ୟାଳୟର ସହ ସଂଯୋଜକ ସଂଦୀପ କୁମାର ବେହେରା କର୍ମଚାରୀ ବୀଣାକର ମହାନ୍ତ, ତପନ କୁମାର ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସରସ୍ବତୀ ଶିଶୁ ମନ୍ଦିରରେ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ

ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଶିକ୍ଷା ବିକାଶ ସମିତି ରାଜ୍ୟ ସଂଗଠନ ସମ୍ପାଦକ ରମାକାନ୍ତ ମହାନ୍ତ, ମୟୁରଭଞ୍ଜ ବିଭାଗ ପ୍ରମୁଖ ଜିତୁ ରାମ ମହାନ୍ତ, ବିଦ୍ୟାଳୟ ଉପ ସଭାପତି ଉପେନ୍ଦ୍ର ନାଥ ବେହେରା, ସମ୍ପାଦକ ଲିଙ୍ଗରାଜ ମିଶ୍ର, ସହସମ୍ପାଦିକା ଗୀତାଞ୍ଜଳି ଭୂୟାଁ, ସଦସ୍ୟା ଜୟନ୍ତୀ ମିଶ୍ର ଓ ପ୍ରଧାନଆଚାର୍ଯ୍ୟ ରତିକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe