ଡିଆରଏମଙ୍କ ମୟୂରଭଞ୍ଜର ବିଭିନ୍ନ ଷ୍ଟେସନ ଗସ୍ତ

Advertisment

ଡିଆର୍ ଏମଙ୍କୁ ପୁର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି ସାକ୍ଷାତ କରି ଫୁଲତୋଡ଼ା ଦେଇ ସ୍ଵାଗତ କରିଥିଲେ ଏବଂ ରେଳ ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଁଳାଯୋଡ଼ି ରେଳ ଷ୍ଟେସନର ଦ୍ଵିତୀୟ ପ୍ଲାଟଫର୍ମ ଓ ଫୁଟ ଓଭରବ୍ରିଜ ତଥା ପାନୀୟ ଜଳ ଏବଂ ଶୌଚାଳୟ ନିର୍ମାଣ ପାଇଁ ୫ ଦଫା ଦାବିପତ୍ର ଉପସ୍ଥାପନ କରିଥିଲେ ।

ଡିଆର୍ ଏମଙ୍କୁ ପୁର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି ସାକ୍ଷାତ କରି ଫୁଲତୋଡ଼ା ଦେଇ ସ୍ଵାଗତ କରିଥିଲେ ଏବଂ ରେଳ ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଁଳାଯୋଡ଼ି ରେଳ ଷ୍ଟେସନର ଦ୍ଵିତୀୟ ପ୍ଲାଟଫର୍ମ ଓ ଫୁଟ ଓଭରବ୍ରିଜ ତଥା ପାନୀୟ ଜଳ ଏବଂ ଶୌଚାଳୟ ନିର୍ମାଣ ପାଇଁ ୫ ଦଫା ଦାବିପତ୍ର ଉପସ୍ଥାପନ କରିଥିଲେ ।

drm

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତରେ ଚକ୍ରଧରପୁର ରେଳ ମଣ୍ଡଳର ଡିଆରଏମ ତରୁଣ ହୁରିୟା ସଡ଼କ ପଥ ଦେଇ ବାଦାମପାହାଡ଼- ଟାଟାନଗର ରେଳପଥ ପରିଦର୍ଶନରେ ଆସି ପ୍ରଥମେ ବାଦାମପାହାଡ଼ ଷ୍ଟେସନରେ ପହଞ୍ଚିଥିଲେ । ବାଦାମପାହାଡ଼ ରେଳ ଷ୍ଟେସନର ଅମୃତ ଭାରତ ଯୋଜନାରେ ଚାଲିଥିବା ନୂତନ ରେଳ ଷ୍ଟେସନ ନିର୍ମାଣ କାର୍ଯକୁ ତଦାରଖ କରିଥିଲେ । ଏହାପରେ ବିଭିନ୍ନ ଷ୍ଟେସନର ନିର୍ମାଣ କାର୍ଯ୍ୟ ଓ ରାଇରଙ୍ଗପୁର ନୂଆ ଷ୍ଟେସନ ଭବନ କାର୍ଯ୍ୟ ନିର୍ମାଣ ମଧ୍ଯ ତଦାରଖ କରିଥିଲେ । ପରବର୍ତୀ ସମୟରେ ସେ ଅଁଳାଯୋଡ଼ି ଜଙ୍କଶନ ରେଳ ଷ୍ଟେସନରେ ଡିଆର୍ ଏମଙ୍କୁ ପୁର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତି ସାକ୍ଷାତ କରି ଫୁଲତୋଡ଼ା ଦେଇ ସ୍ଵାଗତ କରିଥିଲେ ଏବଂ ରେଳ ଯାତ୍ରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଁଳାଯୋଡ଼ି ରେଳ ଷ୍ଟେସନର ଦ୍ଵିତୀୟ ପ୍ଲାଟଫର୍ମ ଓ ଫୁଟଓଭରବ୍ରିଜ ତଥା ପାନୀୟ ଜଳ ଏବଂ ଶୌଚାଳୟ ନିର୍ମାଣ ପାଇଁ ୫ ଦଫା ଦାବିପତ୍ର ଉପସ୍ଥାପନ କରିଥିଲେ ।

 ଏହା ସହିତ ସବୁ ଯାତ୍ରୀବାହି ଟ୍ରେନ ଗୁଡିକରେ ଶୌଚାଳୟ ଟାଙ୍କିରେ ପାଣିର ବ୍ୟବସ୍ଥା କରାଯାଉ, ତତସଂଗେ ନୂତନ ରେଳପଥ ସଂଯୋଗୀକରଣ ବାଦାମପାହାଡ଼ - କେନ୍ଦୁଝର ଓ ଗୋରୁମାହିଷାଣି- ବାଙ୍ଗରିପୋଷୀ ନୂତନ ରେଳ ପଥ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭକରିବାକୁ ଦାବି ଓ ଯାତ୍ରୀବାହି ଟ୍ରେନ ଗୁଡିକ ନିର୍ଦ୍ଧାରିତ ସମୟରେ ଟାଟାନଗର ପହଞ୍ଚିବାର ବ୍ୟବସ୍ଥା ସୁଦୃଢ କରି ବାକୁ ଦୃଢ ଦାବି ଉପସ୍ଥାପନା କରିଥିଲେ । ଏହି ସମୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପୈତୃକ ସହରର ରାଇରଙ୍ଗପୁର ମୁଖ୍ୟ ବଜାରର ରେଳ ଫାଟକକୁ ମାନବ ବିହୀନ ଫାଟକ କରିବା ପାଇଁ ସହର ମଧ୍ୟରେ ଫ୍ଲାଇଓଭର ବ୍ରିଜ କିମ୍ବା ଅଣ୍ଡରପାସ ପୋଲ ନିର୍ମାଣ ପାଇଁ ପାଇଁ ଦୃଢ଼ ଦାବି ଉପାସ୍ଥାପନ କରିଥିଲେ । ଏହି ସବୁ ସମସ୍ୟା ସମ୍ପର୍କରେ ସକରାତ୍ମକ ବିଚାର କରି ଓ ପାସସେଞ୍ଜର ଟ୍ରେନଗୁଡିକରେ ପାଣିର ବ୍ୟବସ୍ଥା ବସ୍ଥା ପାଇଁ ରେଳ ଅଧିକାରୀଙ୍କୁ ନିବେଦନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe