ଚିନ୍ତାରେ ଚାଷୀ: ବେତନଟୀ ରେଞ୍ଜରେ ପଶିଲେ ୩୮ଟିକିଆ ହାତୀପଲ

ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧୀନରେ ହାତୀ ସ୍ଥାନୀୟ ଜନସାଧାରଣଙ୍କର ମୁଣ୍ଡବିଧାର କାରଣ ପାଲଟିଛି। ଭିନ୍ନଭିନ୍ନ ସମୟରେ ବେତନଟୀ ରେଞ୍ଜ ଅଧୀନରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲକୁ ଆଧାର କରି ହାତୀପଲ ରହୁଛନ୍ତି।

elephant


ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧୀନରେ ହାତୀ ସ୍ଥାନୀୟ ଜନସାଧାରଣଙ୍କର ମୁଣ୍ଡବିଧାର କାରଣ ପାଲଟିଛି। ଭିନ୍ନଭିନ୍ନ ସମୟରେ ବେତନଟୀ ରେଞ୍ଜ ଅଧୀନରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲକୁ ଆଧାର କରି ହାତୀପଲ ପଶି ଆସିବା ସହ ଜଙ୍ଗଲ ସଂଲଗ୍ନ ଗ୍ରାମ ମାନଙ୍କରେ ପଶି ବ୍ୟାପକ ଧନଜୀବନ ନଷ୍ଟ କରିବା ସହ ଫସଲ ଗୁଡିକୁ ଦଳଚକଟି ନଷ୍ଟ କରିଦେଉଥିବାର ଅନେକ ଉଦାହରଣ ଅଛି।

ବେତନଟୀ ରେଞ୍ଜ ଅଧୀନରେ ଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ପାଖାପାଖି ୩୮ ହାତୀ ରହିଥିବା ବେଳେ ଚାଷ ଜମିଗୁଡିକୁ ଦଳି ଚକଟି ନଷ୍ଟ କରୁଥିବାର ଦେଖିବାକୁ ମିଳିଛି। କିଛି ଦିନର ବ୍ୟବଧାନ ପରେ ପୁଣି ହାତୀପଲ ବିଭିନ୍ନ ଜଙ୍ଗଲରେ ରହି ସନ୍ଧ୍ୟା ସମୟରୁ ରାତି ତମାମ ଧାନ ଚାଷ ହୋଇଥିବା ଜମିରେ ପଶି ଧାନ ଗଛକୁ ଦଳ ଚକଟି ନଷ୍ଟ କରି ଦେଉଛନ୍ତି। 

ବେତନଟୀ ରେଞ୍ଜ ଅଧୀନ ଯୁଗୋଳ-ଫୁଲଝରୀ ଜଙ୍ଗଲରେ ୧୩ଟି, ବଡ଼ାମପୁର ଜଙ୍ଗଲରେ ୮ଟି, ଅସନବଣି-ଛାତନା ଜଙ୍ଗଲରେ ୪ଟି ହାତୀ, କେସିପୁର ସଂରକ୍ଷିତ ଜଙ୍ଗଲର ଗଣ୍ଡିଗଧା ଜଙ୍ଗଲରେ ୫ଟି ଏବଂ ଡୁମାପଦା- ଜଗନ୍ନାଥପୁର ଜଙ୍ଗଲରେ ୮ଟି ହାତୀ ଥିବାର ବେତନଟୀ ରେଞ୍ଜ ଅଧିକାରୀ ମନୱର ଖାଁ ସୂଚନା ପ୍ରଦାନ କରିଛନ୍ତି। ବୁଧବାର ରାତ୍ରି ସମୟରେ ବୈଶିଙ୍ଗା ଥାନା ଅଧୀନ ପୁଲଝରି ଗ୍ରାମର ରାଧା ମୋହନ ରାଉତଙ୍କ ଧାନ କିଆରୀରେ ଏକ ହାତୀ ପଲ ପଶି ଚାଷ ଜମିକୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ବର୍ତ୍ତମାନ ସମୟରେ ଧାନଗଛ ଗୁଡ଼ିକରେ ନୂତନ ଧାନକେଣ୍ଡା ବାହାରିବା ସମୟରେ ସମ୍ପୂର୍ଣ୍ଣ କିଆରୀ ନଷ୍ଟ ହୋଇଯିବା ଯୋଗୁଁ ଚାଷୀ ଜଣକ ଭାଙ୍ଗି ପଡିଛନ୍ତି। ସରକାରୀ ସ୍ତରରେ କ୍ଷତିଗ୍ରସ୍ତ ଚାଷୀ ଜଣକ କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ବେତନଟୀ ରେଞ୍ଜର ମନୱର ଖାଁ ପ୍ରକାଶ କରିଛନ୍ତି।

Elephant | Farmers

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe