ମୋରଡ଼ା: ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ରେ ଶିିମିଳିପାଳ ହାତୀଙ୍କ ଆତଙ୍କ ଦେଖାଯାଇଛି। ଭାଲିଆଡ଼ିହା ପଞ୍ଚାୟତ ବାରମାଇଲ୍ରେ ଗୋଠ ଛଡ଼ା ଦୁଇ ହାତୀ ରାସ୍ତାରେ ବୁଲୁଥିବାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ଆଜି ସକାଳେ ହାତୀମାନେ ନିକଟସ୍ଥ ସୁନାହଜାର ଜଙ୍ଗଲରୁ ବାହାରିଥିଲେ ଏବଂ ବାରମାଇଲ୍ ରାଜ୍ୟ ରାଜପଥରେ ଦୀର୍ଘ ସମୟ ଚଲାବୁଲା କରିଥିଲେ। ହାତୀମାନେ କାହାର କିଛି କ୍ଷୟକ୍ଷତି କରି ନାହାନ୍ତି। ହାତୀଙ୍କୁ ଦେଖିବା ପାଇଁ ପ୍ରବଳ ଲୋକଭିଡ଼ ହୋଇଥିଲା। ତେବେ ବୁଲାବୁଲି ସାରି ଦୁଇ ହାତୀ ପୁଣି ସୁନାହଜାର ଜଙ୍ଗଲକୁ ଫେରିଯାଇଛନ୍ତି। ବନ ବିଭାଗର କର୍ମଚାରୀମାନେ ହାତୀଙ୍କ ଉପରେ ନଜର ରଖିଥିବା ଜଣାପଡ଼ିଛି।
ମୋରଡ଼ା: ଜଙ୍ଗଲରୁ ବାହାରି ରାସ୍ତାରେ ବୁଲିଲେ ଗୋଠଛଡ଼ା ଦୁଇ ହାତୀ
Advertisment
Follow Us