୪୦ କିଲୋଗ୍ରାମ ଓଜନର ହାତୀଦାନ୍ତ ଜବତ, ୪ ଗିରଫ

Advertisment
୪୦ କିଲୋଗ୍ରାମ ଓଜନର ହାତୀଦାନ୍ତ ଜବତ, ୪ ଗିରଫ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଉତ୍ତର ଡିଭିଜନର ତାଳବନ୍ଧ ରେଞ୍ଜର ହାତୀକୁ ଶିକାର କରିବା ଘଟଣାରେ ପୁଲିସକୁ ସଫଳତ‌ା ମିଳିଛି।  ୨ଟି ହାତୀଦାନ୍ତ ଜବତ କରିବା ସହ ବିଶୋଇ ପୁଲିସ ୪ ଜଣଙ୍କୁ ଗିରଫ କରାଯାଇଛି। ଜବତ ହାତୀଦାନ୍ତର ଓଜନ ୪୦ କିଲୋଗ୍ରାମ  ବୋଲି ଜଣାଯାଇଛି।ବିଶୋଇ ପୁଲିସ ଗିରଫ କରିବା ପରେ ବନବିଭାଗକୁ ହସ୍ତାନ୍ତର କରିଛି।

publive-image

ସୂଚନାଯୋଗ୍ୟ,  ଗତ ୨୧ ତାରିଖ ହାତୀର ଗଳିତ ଶବ ହୋଇଥିଲା।ଶିମିଳିପାଳ ଅଭୟାରଣ୍ୟ ତାଳବନ୍ଧ ରେଞ୍ଜ ତୋଲକବାଦି ଗାଁ ନିକଟ ଜଙ୍ଗଲରେ ଶିକାରୀମାନେ ଏକ ଦନ୍ତାହାତୀକୁ ଗୁଳି କରି ହତ୍ୟା କରିବା ପରେ ଦାନ୍ତ କାଟି ନେଇଥିଲେ। ବନ ବିଭାଗ ପାଖରେ ଏ ବାବଦରେ ଖବର ନଥିଲା। ଅପରାହ୍ନରେ ଗୁଳିବିଦ୍ଧ ଦନ୍ତାହାତୀର ମୃତଦେହ ଦେଖି ସ୍ଥାନୀୟ ବନବାସୀ ବନ ବିଭାଗକୁ ଜଣାଇବା ପରେ ଗଣମାଧ୍ୟମ ଓ ଲୋକଙ୍କ ନଜର ଆଢ଼ୁଆଳରେ ରଖିବାକୁ ଆରମ୍ଭ ହୋଇଥିଲା ଯୋଜନା। ବିଭାଗୀୟ ପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଜଣେ ପ୍ରାଣୀ ଚିକିତ୍ସକ ଓ କିଛି କର୍ମଚାରୀ ଗାଡ଼ିରେ ଯାଇ ଜଙ୍ଗ‌ଲରେ ମୃତହାତୀର ବ୍ୟବଚ୍ଛେଦ କରିଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ସମସ୍ତେ ମୋବାଇଲ ବନ୍ଦ କରି ଦେଇଥିଲେ। ଶିମିଳିପାଳ ଅଭୟାରଣ୍ୟରେ ହାତୀ, ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ସମ୍ପୂର୍ଣ୍ଣ ବିଫଳ ବୋଲି କହିଥିଲେ ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ। ଦନ୍ତା ଶିକାରର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ସେ ଦାବି କରିଥିଲେ। ସେହିଭଳି ପରିବେଶ ପ୍ରେମୀ ସଂଯୁକ୍ତା ବସା ମଧ୍ୟ ଦନ୍ତା ଶିକାରକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe