ମୟୁରଭଞ୍ଜ: ହେଲ୍‌ମେଟ୍‌ ଚେକିଂ ଆଳରେ ପୁଲିସ ସାଜିଛି ରକ୍ତମୁଖା, ଏଏସ୍‌ଆଇ ନିଲମ୍ବିତ

ମୟୁରଭଞ୍ଜ: ହେଲ୍‌ମେଟ୍‌ ଚେକିଂ ଆଳରେ ପୁଲିସ ସାଜିଛି ରକ୍ତମୁଖା, ଏଏସ୍‌ଆଇ ନିଲମ୍ବିତ

ବାରିପଦା: ହେଲ୍‌ମେଟ୍‌ ଚେକିଂ ଆଳରେ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ପୁଲିସ ରକ୍ତମୁଖା ହୋଇଯାଇଥିବା ଅଭିଯୋଗ କରିଛନ୍ତି ସହର ବୁଦ୍ଧିଜୀବୀ। ପୁଲିସର ଆକ୍ରମଣ ସୋମବାର ରାତି ସଂଖ୍ୟାଲଘୁ ସମ୍ପ୍ରଦାୟର ବାପା-ଝିଅ ଗୁରୁତର ହେବା ପରେ ମଙ୍ଗଳବାର ଏଏସ୍‌ଆଇ ଏସ୍‌କେ ମହାକୁଡ଼ଙ୍କୁ ନିଲମ୍ବିତ କରାଯାଇଛି। ଘଟଣାରୁ ପ୍ରକାଶ, ସୋମବାର ରାତି ୯ଟାରେ ସଦର ଥାନା ନିକଟ ତଖତପୁରର ଜାତୀୟ ରାଜପଥ ନଂ-୪୯ରେ ସିଭିଲ ପୋଷାକରେ କିଛି ପୁଲିସ କର୍ମଚାରୀ ହେଲ୍‌ମେଟ୍‌ ଚେକିଂ କରୁଥିବାବେଳେ ସେହି ସମୟରେ ଓ୍ଵାର୍ଡ ନଂ-୨୩ର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ସରାବୁଦ୍ଦିନ ନାମକ ଜଣେ ବ୍ୟକ୍ତି ନିଜର ୮ବର୍ଷର ଅସୁସ୍ଥ ଝିଅକୁ ବାଇକ୍‌ରେ ନେଇ ଯାଉଥିବା ବେଳେ, ପୁଲିସର ଆକ୍ରମଣର ଶିକାର ହୋଇଥିଲେ।

ସଦର ଥାନା ଏଏସ୍‌ଆଇ ଏସ୍‌କେ ମହାକୁଡ଼ଙ୍କ ଠେଙ୍ଗାମାଡ଼ରେ ନାବାଳିକା ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାଟି ଗୁରତର ହେବା ଜାଣିପାରି ପୁଲିସ୍‌ ବାପ ଝିଅକୁ ତରବରିଆ ଭାବେ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରିଦେଇ ନିଜର କାମ ସାରିଦେଇଛି। ଏହାର ପ୍ରତିବାଦରେ ସୋମବାର ରାତିରେ ସାଧାରଣ ଜନତା ଉତ୍ତ୍ୟକ୍ତ ହୋଇ ରାସ୍ତାରେ ଟାୟାର ଜାଳିବା ସହ ପୁଲିସର ଦାଦାଗିରିକୁ ତୀବ୍ର ବିରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe