ପୁତୁରା ମାଡ଼ରେ କକା ମୃତ, ବାପା ପୁଅ ଗିରଫ

Advertisment
ପୁତୁରା ମାଡ଼ରେ କକା ମୃତ, ବାପା ପୁଅ ଗିରଫ

ଖୁଣ୍ଟା/କୁଆମରା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଟିକାୟତପୁର ଗ୍ରାମରେ ପୁତୁରା ମାଡ଼ରେ କକାଙ୍କର ମୃତ୍ୟୁ ହୋଇଛି। ଏ ଘଟଣାରେ ପୁଲିସ ଅଭିଯୁକ୍ତ ପୁତୁରା ଓ ତାଙ୍କ ବାପା (ବାପପୁଅ)ଙ୍କୁ ଗିରଫ କରିଛି। ମୃତ ବ୍ୟକ୍ତି ହେଉଛନ୍ତି ଟିକାୟତପୁର ଗ୍ରାମର ଜୁଣିଆ ଜେନା (୫୨)। ଜୁଣିଆ କିଛିଦିନ ତଳେ ତାଙ୍କ ଘରେ ୨ ହଜାର ୯ ଶହ ଟଙ୍କା ରଖିଥିଲେ। ପରେ ଖୋଜିବାରୁ ଆଉ ଟଙ୍କା ପାଇ ନଥିଲେ। ଏନେଇ ସେ ତାଙ୍କ ବଡ଼ଭାଇ ଜଟା ଜେନା (୬୦) ଓ ଜଟାଙ୍କ ପୁଅ ସନ୍ନ୍ୟାସୀ (୩୦)ଙ୍କୁ ପଚାରିବା ସହ ଦୋଷାରୋପ କରିଥିଲେ। ଏହାକୁ କେନ୍ଦ୍ରକରି ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ହୋଇଥିଲା। ଜୁଣିଆ ଅଶାଳୀନ ଭାଷାରେ ଗାଳିଗୁଲଜ କରିବାରୁ ଗତ ବୁଧବାର ପୁତୁରା ସନ୍ନ୍ୟାସୀ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ଶେଷରେ ଗତ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ମୃତ ଜୁଣିଆଙ୍କ ପୁଅ ପରେଶଙ୍କ ଅଭିଯୋଗକ୍ରମେ ପୁଲିସ ୧୧୩/୧୭ରେ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ବାପପୁଅଙ୍କୁ ଖୁଣ୍ଟା ଥାନା ଆଇଆଇସି ନିରଞ୍ଜନ ଦାସ ପଚରାଉଚରା କରିବା ସହ ଅଧିକ ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe