ପାଞ୍ଚ ବର୍ଷର ପୁଅକୁ ପଥରରେ ଛେଚି ହତ୍ୟା କଲା ବାପା !

ଯୁବକଙ୍କୁ ଲୁହାଛଡ଼ରେ ପିଟି ପିଟି ହତ୍ୟା: ୨ ଗିରଫ, ୨ଅଭିଯୁକ୍ତ ଫେରାର

ମାଣତ୍ରି  : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେଲଡୁଙ୍ଗୁରି ଗ୍ରାମରେ ଗୁରୁବାର ରାତି ଦୁଇଟା ବେଳେ ଚେପ ଦେହୁରୀ ନିଜର ପାଞ୍ଚ ବର୍ଷର ପୁଅ ସୁଦନ ଦେହୁରୀକୁ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି  ।ହତ୍ୟାକାରୀ ସୁଦନର ଘର କୁଳିଅଣା ଥାନା ଅନ୍ତର୍ଗତ ବାଲିଡ଼ିହା ଗ୍ରାମରେ ହୋଇଥିବା ବେଳେ ତାର ସ୍ତ୍ରୀ ଓ ପିଲାମାନେ ଶଶୁର ଘରେ ବେଲଡୁଙ୍ଗୁରିରେ ରହୁଥିଲେ । ସେ ମଝିରେ ମଝିରେ ସ୍ତ୍ରୀ ପାଖକୁ ଆସୁଥିଲେ ।ଗତ କାଲି ରାତିରେ ସେ ଆସିବା ବେଳକୁ ସ୍ତ୍ରୀକୁ ଘରେ ନ ପାଇବାରୁ ରାଗ ଚଢିଯାଇଥିଲା ଏବଂ ଆଈ ପାଖରେ ଶୋଇଥିବା ପାଞ୍ଚ ବର୍ଷର ପୁଅକୁ ଘୋଷାରି ଆଣି ପଥରରେ ଛେଚି ମାରିଦେବା ପରେ ଦୂରକୁ ଫିଙ୍ଗିବା ପାଇଁ ଚେଷ୍ଟା କରୁଥିଲା। ଏହି ସମୟରେ ଗ୍ରାମବାସୀମାନେ ତାକୁ କାବୁ କରି ବାନ୍ଧି ରଖି ଗ୍ରାମରକ୍ଷୀକୁ ଖବର ଦେଇଥିଲେ। ଗ୍ରାମରକ୍ଷୀଙ୍କ ଏତଲା ଆଧାରରେ ବଡ଼ସାହି ପୁଲିସ ସୁଦନ ଦେହୁରୀକୁ ଗିରଫ କରି ତଦନ୍ତ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe