ଉଦଳା: ପିଚୁ କାରଖାନାରେ ଭୟଙ୍କର ନିଆଁ

ଉଦଳା: ପିଚୁ କାରଖାନାରେ ଭୟଙ୍କର ନିଆଁ

ଉଦଳା: ମୟୂରଭଞ୍ଜ ଜିଲ୍ଲାର ଉଦଳା ଏନ୍‌ଏସି ୱାର୍ଡ ନଂ ୧୨ସ୍ଥିତ ଏକ ପିଚୁ ପ୍ରସ୍ତୁତି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ଏଠାରେ ନିଆଁ ଲାଗିଥିବା ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ତେବେ ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡ଼ିଥିଲା।

ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ବେଳେ କ୍ଷୟକ୍ଷତିର ଠିକ ଆକଳନ କାରାଯାଇପାରିନି। ଅପର ପକ୍ଷରେ ଏନ୍ଏସି ମଧ୍ୟରେ ଏକ ପିଚୁ ପ୍ରସ୍ତୁତି କାରଖାନା ଚାଲୁଥିବାରୁ ସୁରକ୍ଷା ସଂକ୍ରାନ୍ତୀୟ ପ୍ରମାଣପତ୍ର ସମ୍ପର୍କରେ ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe