କଟକରୁ ଟ୍ରକ ସହ ଚାଳକକୁ ଅପହରଣ କରି ୪୫ ଲକ୍ଷ ଟଙ୍କାର ମାଛକୁ ଲୁଟିନେଲେ ଦୁର୍ବୃତ୍ତ

Advertisment
କଟକରୁ ଟ୍ରକ ସହ ଚାଳକକୁ ଅପହରଣ କରି ୪୫ ଲକ୍ଷ ଟଙ୍କାର ମାଛକୁ ଲୁଟିନେଲେ ଦୁର୍ବୃତ୍ତ

ବଡ଼ସାହି: ଲୁଟେରା ଗ୍ୟାଙ୍ଗ କଟକରୁ ଟ୍ରକ ସହ ଚାଳକକୁ ଅପହରଣ କରି ମୟୂରଭଞ୍ଜ ଜିଲ୍ଲାରେ ଛାଡ଼ି ଚାଲିଗଲେ। ଏଥି ସହିତ ଟ୍ରକରେ ଥିବା ୪୫ଲକ୍ଷ ଟଙ୍କାର ମାଛକୁ ଲୁଟି ନେଇଗଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ କାଦୁଆଲବନ୍ଧ ଅଞ୍ଚଳରେ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ରାଜ୍ୟର ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଦ୍ୱାରା ଏକ ମାଛ ଭର୍ତ୍ତି ଟ୍ରକ ଜୁନ ୧୭ରେ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାକୁ ଆସୁଥିଲା। ଉକ୍ତ ଟ୍ରକର ଚାଳକ ହେଉଛନ୍ତି ହରିୟାଣା ରାଜ୍ୟର ମେୱଟ ଅଞ୍ଚଳର ଅମୀର ଖାନ। ଜୁନ ୧୮ରେ କଟକର ମଙ୍ଗୁଳି ଟୋଲଗେଟ୍ ନିକଟରେ ଟ୍ରକକୁ ପାର୍କିଂ କରିଥିବା ବେଳେ ହଠାତ ଲୁଟେରା ଗ୍ୟାଙ୍ଗର ୩ରୁ ୪ଜଣ ଟ୍ରକ ଭିତରକୁ ପଶି ଆସିଥିଲେ। ଟ୍ରକ୍ ଚାଳକ ଅମୀରଙ୍କୁ ମାଡ଼ ମାରିବା ସହ ଅପହରଣ କରିନେଇଥିଲେ । ଆଉ ଟ୍ରକରେ ଥିବା ୪୫ଲକ୍ଷ ଟଙ୍କାର ମାଛକୁ ଲୁଟିନେଇଥିଲେ। ୧୯ ତାରିଖରେ ଟ୍ରକ ସହ ଚାଳକକୁ ଆଣି କାଦୁଆଲବନ୍ଧ ଅଞ୍ଚଳରେ ଛାଡି ଯାଇଥିଲେ ଦୁର୍ବୃତ୍ତ। ଟ୍ରକ ଭିତରେ ଥିଲେ ଚାଳକ ଅମୀର ଖାନ୍। ଲୋକେ ଅମୀରଙ୍କୁ ଉଦ୍ଧାର କରିବା ପରେ ପୁଲିସକୁ ଖବର ଦେଇଥିଲେ।

ବଡ଼ସାହି ଥାନା ପୁଲିସ ପହଞ୍ଚି ଚାଳକଙ୍କୁ ପଚରାଉଚରା କରି ଟ୍ରକ ମାଲିକଙ୍କୁ ଘଟଣା ବାବଦରେ ଖବର ଦେଇଛନ୍ତି। ପୁଲିସ ଏକ ଅପହରଣ ମାମଲା ରୁଜୁ କରି ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ପ୍ରୟାସ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe