ରାଇରଂଗପୁର: ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଥାନା ଅଂଚଳରେ ରବିବାର ଅପରାହ୍ନରେ କମାଣ୍ଡର ଜିପ୍ ଓଲଟିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଢେଇକତା ନିକଟରେ ଭାରସାମ୍ୟ ହରାଇ କମାଣ୍ଡର ଜିପ୍ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟାଇଥିବା ଚାଳକ ଭୟରେ ସେଠାରୁ ପଳାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତ ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us