ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ପରଲୋକ

Advertisment
ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ପରଲୋକ

ବାରିପଦା: ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ମୟୂରଭଞ୍ଜ ଜିଲ୍ଲା ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାୟକଙ୍କର ବୁଧବାର ସକାଳୁ ପରଲୋକ ହୋଇଯାଇଛି। ‌ସେ ଦୀର୍ଘ ଦିନ ହେବ କିଡ୍‌ନୀ ରୋଗ‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କ ବାସଭବନରୁ ତାଙ୍କୁ ବାରିପଦାର ଏକ ଘରୋଇ ନର୍ସିଂ ହୋମ୍‌କୁ ବ୍ଲଡ୍‌ ଡାୟଲେସିସ୍‌ ପାଇଁ ନିଆ ଯାଉଥିବା ବେଳେ ପୂର୍ବାହ୍ନ ୧୦ଟା ବେଳେ ସେ ତାଙ୍କର ‌ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି।

publive-image

ସେ ପ୍ରଥମେ ଭାରତୀୟ ଜନତା ପାର୍ଟି(ବିଜେପି)ରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଜେଡିରେ ମିଶିଥିଲେ। ସେ ୨୦୨୦ ମସିହା ଫେବ୍ରୁଆରି ୨୯ ତାରିଖରେ ଖୁଣ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦ୍ବାଦଶ ବିଧାନସଭା ସଦସ୍ୟ ଭାବେ ପ୍ରତିନିଧିତ୍ବ କରିଥିଲେ। ସେ ୨୦୦୦-୧୦୦୯ ମସିହା ମଧ୍ୟରେ ୨ ଥର ନିର୍ବାଚିତ ହୋଇ ବୟନ ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ। ପରବର୍ତ୍ତୀ ସମୟରେ ସେ ୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଉଦଳା ନିର୍ବାଚନ ମଣ୍ଡଳୀରୁ ବିଜେଡି ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe