ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ହଳଦା ପଞ୍ଚାୟତ ଅଧୀନ ବାଇକଳା ଉଚ୍ଚ ବିଦ୍ୟାଳୟରେ ‘ସବୁଜ ସୁନ୍ଦର ପରିବେଶ, ସଭିଁଙ୍କ ପାଇଁ ଗୋଟିଏ ଗଛ’ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକାନ୍ତ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇ-ବାୟୋଟରିୟମର୍ ସଦସ୍ୟା  ନିରବତୀ ମହାନ୍ତ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଗୋଜେନ୍ଦ୍ର ଡୋଗ୍ରା ଶିକ୍ଷକ ମନୋଜ ମହାନ୍ତ, ଶିକ୍ଷକ ଯୋଗେନ୍ଦ୍ର ନାଥ ନନ୍ଦି, ଶିକ୍ଷକ ଖେଲୁନ ଦେବ ଗିରି, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

Advertisment

ପରିବେଶ ପ୍ରତି ଅନ୍ୟାୟ ହେଉଛି

କାର୍ଯ୍ୟକ୍ରମରେ ଆନନ୍ଦମାର୍ଗ ସଂଗଠନର ଧର୍ମ ପ୍ରଚାରକ ତଥା ସମାଜସେବୀ ଶରତଚନ୍ଦ୍ର ମହାନ୍ତ କହିଥିଲେ ଯେ ଆଧୁନିକତାର ଲାଳସାରେ ମଣିଷ ପରିବେଶ ପ୍ରତି ଅନ୍ୟାୟ କରିଚାଲିଛି। ଏବେ ଆଉ ପ୍ରଦୂଷଣମୁକ୍ତ ଖାଦ୍ୟ, ଜଳ ଓ ଅମ୍ଳଜାନ ମିଳୁନାହିଁ। ନିଜର ସୁଖ ସୁବିଧା ପାଇଁ ମଣିଷ ଗୋଟିଏ ପରେ ଗୋଟିଏ ଉଦ୍ଭାବନ ହିଁ ପ୍ରଦୂଷଣର ମୁଖ୍ୟ କାରଣ। ପରିବେଶ ସୁରକ୍ଷିତ ନ ରହିଲେ, ଆଗାମୀ ପିଢ଼ି ପାଇଁ ଘୋର କ୍ଷତି ହେବ।ତେଣୁ ଏହି ବୃକ୍ଷରୋପଣ ରୂପୀ ମହାଯଜ୍ଞରେ ପ୍ରତିଟି ନାଗରିକଙ୍କୁ ଆହୁତି ଦେବାର ଆବଶ୍ୟକତା ରହିଛି। 

ଆହୁରି ପଢ଼ନ୍ତୁ: Serious Security Lapse: ବେଙ୍ଗାଲୁରୁ ଜେଲ୍‌ର ଭିତିରି କଥା: ଦୁର୍ଦ୍ଦାନ୍ତ ଅପରାଧୀ ବ୍ୟବହାର କରୁଛନ୍ତି ମୋବାଇଲ୍ ଫୋନ୍

ଗଛ ବଞ୍ଚିଲେ ଆମେ ବଞ୍ଚିବା ଆଦି ସ୍ଲୋଗାନ

ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସବୁଜ ସୁନ୍ଦର ପରିବେଶ, ସଭିଁଙ୍କ ପାଇଁ ଗୋଟିଏ ଗଛ, ପରିବେଶ ସୁରକ୍ଷା, ଜୀବନ ରକ୍ଷା, ବୃକ୍ଷ ରକ୍ଷତି ରକ୍ଷତଃ, ଗଛ ବଞ୍ଚିଲେ ଆମେ ବଞ୍ଚିବା ଆଦି ସ୍ଲୋଗାନ ଦେଇ ପ୍ରକୃତି ଓ ପରିବେଶ ବିଷୟରେ ସମସ୍ତଙ୍କୁ ସଚେତନ କରିଥିଲେ। ଶିକ୍ଷକ ଡମ୍ବରୁଧର ମହାନ୍ତ ଓ ରାଜକୁମାର ମହାନ୍ତଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ‘ଆମ୍ବଚାରା' ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ସସ୍ମିତା ମହାନ୍ତ, ଦୀପକ କାରୁଆ, ଭାଗ୍ୟବତୀ ମୁର୍ମୁ, ଛିତା ହେମ୍ବ୍ରମ, ଜ୍ୟୋସ୍ନା ମୁଣ୍ଡା, ସୁଭଦ୍ରା ସିଂ, ଜାସ୍ମି ମୁଣ୍ଡା, କାଜଲ ପୂର୍ତ୍ତି ପ୍ରମୁକ ପରିଚାଳନରେ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ