ବେଙ୍ଗାଲୁରୁ: ବେଙ୍ଗାଲୁରୁର ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ କାରାଗାରରେ କୁଖ୍ୟାତ କଏଦୀମାନେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା ଏବଂ ଟେଲିଭିଜନ ଦେଖୁଥିବାର ଭିଡିଓଭାଇରାଲ ହୋଇଛି। ଭାଇରାଲ ଭିଡିଓ ପ୍ରକାଶ ପାଇବା ପରେ ଜେଲ୍‌ରେ  ସୁରକ୍ଷାରେ ବଡ଼ ଧରଣର ତ୍ରୁଟି ହୋଇଥିବା ଅଭିଯୋଗ ଆସିଛି।

Advertisment

ଉଚ୍ଚ ସୁରକ୍ଷା କାରାଗାର ଭିତରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିବା କଏଦୀଙ୍କ ମଧ୍ୟରେ ଆତଙ୍କବାଦୀ ଗୋଷ୍ଠୀ ISIS ପାଇଁ  ନିଯୁକ୍ତିଦାତା ସାଜିଥିବା ଜୁହାଦ ହମିଦ ଶକିଲ ମାନ୍ନା ଏବଂ ସିରିଏଲ୍ ଦୁଷ୍କର୍ମକାରୀ  ଏବଂ ହତ୍ୟାକାରୀ ଉମେଶ ରେଡ୍ଡି ଅଛନ୍ତି । ରେଡ୍ଡି ତାଙ୍କ କୋଠରୀ ଭିତରେ ଟେଲିଭିଜନ ଦେଖୁଥିବା ସମୟରେ ତାଙ୍କ ଭିଡିଓ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ:Hindu Means Being Responsible for India: ଆରଏସଏସର ଲକ୍ଷ୍ୟ ହିନ୍ଦୁ ସମାଜକୁ ସଂଗଠିତ କରିବା, କ୍ଷମତା ହାସଲ କରିବା ନୁହେଁ: ମୋହନ ଭାଗବତ


ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ଶକିଲ ମାନ୍ନା ଜେଲ୍‌ ବାହାରେ ତାଙ୍କ ସହଯୋଗୀମାନଙ୍କ ସହ ସମ୍ପର୍କରେ ଅଛନ୍ତି। ତଦନ୍ତର ଫଳାଫଳ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। 

ଜେଲ୍‌ରେ  ଜନ୍ମଦିନ ପାଳନ

ଏହା ପ୍ରଥମ ଥର ନୁହେଁ ଅନେକ ବିପଦପୂର୍ଣ୍ଣ କଏଦୀ ରହିଥିବା ପରପ୍ପାନା ଅଗ୍ରହାରା କେନ୍ଦ୍ରୀୟ ଜେଲ୍, ଯାଞ୍ଚର ସମ୍ମୁଖୀନ ହୋଇଛି। ଅକ୍ଟୋବରରେ, ଜଣେ କୁଖ୍ୟାତ ଅପରାଧୀ ଶ୍ରୀନିବାସ ‌ଓରଫ ଗୁବ୍ବାଚି ସୀନା ନାମରେ ମଧ୍ୟ ଜଣାଶୁଣା, ଜେଲ୍‌ରେ ତାଙ୍କ ଜନ୍ମଦିନ ପାଳନ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା ।

ହତ୍ୟା ମାମଲାରେ ଅଭିଯୁକ୍ତ ଶ୍ରୀନିବାସଙ୍କୁ କେକ୍ କାଟି ଏବଂ ଏକ ସେଓର ମାଳା ପିନ୍ଧି ସାଥୀ କଏଦୀମାନଙ୍କ ଦ୍ୱାରା ଘେରି ରହିଥିବାର ଦେଖାଯାଇଥିଲା। ଏହି ଉତ୍ସବର ଭିଡିଓ ଏବଂ ଫଟୋ, ମୋବାଇଲ୍ ଫୋନ୍‌ରେ ରେକର୍ଡ ହୋଇଥିଲା ଏବଂ ପରେ ସୋସିଆଲ ମିଡିଆରେ ସେୟାର ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ପୁଣି ଥରେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା, ତଦାରଖ ଏବଂ ଦାୟିତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି।

ଗତ ବର୍ଷ, ରେଣୁକାସ୍ୱାମୀ ହତ୍ୟା ମାମଲାରେ ଜେଲ୍‌ରେ ଥିବା କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କୁ ଜେଲ୍ ଭିତରେ ଭିଆଇପି ସୁବିଧା ଦିଆଯାଉଥିବାର ଏକ ଫଟୋ ସାମ୍ନାକୁ ଆସିଥିଲା। ଦର୍ଶନଙ୍କୁ ଏକ ଚୌକିରେ ବସି ସିଗାରେଟ୍ ଏବଂ କଫି ମଗ୍ ଧରି ୱିଲସନ୍ ଗାର୍ଡେନ୍ ନାଗା ସମେତ ଅନ୍ୟ କଏଦୀମାନଙ୍କ ସହିତ କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା।

ଆହୁରି ପଢ଼ନ୍ତୁ:Cold Daringibadi: ଦାରିଙ୍ଗବାଡ଼ିରେ ତାପମାତ୍ର ହ୍ରାସ ପାଇବା ସହ ବୃଦ୍ଧି ପାଉଛି ଥଣ୍ଡା