ବାରିପଦାରେ କୁଆପଥର ବର୍ଷା, ରାଜ୍ୟର ଆହୁରି ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Advertisment
ବାରିପଦାରେ କୁଆପଥର ବର୍ଷା, ରାଜ୍ୟର ଆହୁରି ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ମୟୂରଭଞ୍ଜ: ମୟୂରଭଞ୍ଜ ବାରିପଦାରେ ବୁଧବାର ଅପରାହ୍ନରେ କୁଆପଥର ବର୍ଷା ହୋଇଛି। ସକାଳୁ ପାଗ ପୂରାପୂରି ଶୁଖିଲା ଥିଲା। ମଧ୍ୟାହ୍ନ ପରେ ଅଚାନକ ବର୍ଷା ହେବା ଆରମ୍ଭ ହୋଇଗଲା। ଏତେ ପରିମାଣରେ କୁଆପଥର ବର୍ଷା ହୋଇଛି ଯେ ରାସ୍ତାଘାଟ ମଧ୍ୟ ପୂରା ଧଳା ହୋଇ ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ତାପମାତ୍ରା ପ୍ରାୟ ୪୦ ଡିଗ୍ରି ଥିବା ବେଳେ ଆଜି ତାପମାତ୍ରା ହାସ୍ର ଘଟିବା ପରେ ଲୋକେ ଗରମରୁ ଆଶ୍ବସ୍ତ ହୋଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଯେଉଁ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ସେଗୁଡ଼ିକ ହେଲା ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, କନ୍ଧମାଳ ଓ କେରାପୁଟ।

ସେହିପରି ସୋନପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ ଓ ଖୋର୍ଦ୍ଧା ଜିଲ୍ଲାର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲା ଗୁଡ଼ିକରେ ପାଗ ସୁଖିଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe