କୁଳିଅଣା: କୁଳିଅଣା ଥାନା ଶୁଖୁଆପୋଡା ଗ୍ରାମର ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହଉଦ୍ଧାର କରିଛି ପୁଲିସ l ମୃତ ଯୁବକ ପାରିଆକୁଲି ଗ୍ରାମର ଶୁଭମ ମୁଖୀ(୧୯) ବୋଲି ଜଣାପଡିଛି l ଯୁବକ ଜଣକ ଯେଉଁ ଗଛରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି ତାଙ୍କର ଗୋଡ଼ ଦୁଇଟି ଭୂମି ସ୍ପର୍ଶ କରୁଛି l ସ୍ଥାନୀୟ ଲୋକେ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ l
ପୋଷ୍ଟମୋର୍ଟମ ରିପୋର୍ଟ ମିଳିଲେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ
ତଦନ୍ତକାରୀ ଅଫିସର ଗୋଲୋକ ବିହାରୀ ମିଶ୍ର ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ସହାୟତା ଶବ ପଞ୍ଚନାମା କରି ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ବାରିପଦାକୁ ପଠାଇଥିଲେ l ଏ ନେଇ କୁଳିଅଣା ଥାନା କେସ ନମ୍ବର ୧୧/୨୬ ମୂଳେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ପୋଷ୍ଟମୋର୍ଟମ ରିପୋର୍ଟ ମିଳିଲେ ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ l
Titlagarh Tour Dy Chief Minister ଟିଟିଲାଗଡ଼ ଗସ୍ତ ସମୟରେ ଉପଜିଲ୍ଲାପାଳ ଅନୁପସ୍ଥିତ, ଉପମୁଖ୍ୟମନ୍ତ୍ରୀ ଖପ୍ପା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)