ରାଇରଙ୍ଗପୁର/ହାଟବାଦଡ଼ା: ଦେଶର ଦ୍ୱିତୀୟ ବୃହତ୍ତମ ହାଟ ନିଲାମ ସ୍ଥଗିତ ରହିଛି। ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ହାଟ ଲିଜ୍ ନେବାକୁ ନାରାଜ ତିନି ପ୍ରତିଦ୍ୱନ୍ଦୀ। ନିଲାମ ପ୍ରତିଦ୍ୱନ୍ଦୀ କହିଛନ୍ତି ହାଟର ପାରିପାର୍ଶିକ ସ୍ଥିତି ଭଲ ନାହିଁ। ଆମ୍ଭେ କୋଟିଏ ଟଙ୍କାରେ ହାଟ ଲିଜ୍ ନେଲେ ବହୁ କ୍ଷତିରେ ରହିବୁ। ପୂର୍ବ ଭଳି ବର୍ତ୍ତମାନ୍ର ବ୍ୟବସାୟ ହେଉନାହିଁ। ପ୍ରଶ୍ନ ଉଠୁଛି ଯେ ଏହିହାଟ ପୂର୍ବବର୍ଷ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ୱ ଦେଇ ଥିବାରୁ ୨୦୨୫-୨୬ ରେ କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ହୋଇ ୭୫ ଲକ୍ଷ ଟଙ୍କା ଅର୍ଥ ରାଶି ପାଇଥିଲା କିନ୍ତୁ ହାଟର ପାରିପାର୍ଶିକ ସ୍ଥିତି ସୁଦୃଢ଼ କରାଗଲାନି କାହିଁକି? ପରିଣାମ ସ୍ଵରୁପ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ନିଲାମ ପ୍ରତିଦ୍ଵନ୍ଦୀମାନେ ହାଟଟିକୁ ଲିଜ୍ରେ ନେବାକୁ ବିରୋଧ କରିଛନ୍ତି ।
ଆଜି ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡ ହାଟବାଦଡା ଗ୍ରାମପଞ୍ଚାୟତ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ (ହାଟବାଦଡା ହାଟ) ପୂର୍ବ ସୂଚୀ ଅନୁସାରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁସାରେ ଏହି ହାଟ ନିଲାମର ଆରମ୍ଭ ରାଶି ୧ କୋଟି ୫ ଲକ୍ଷ ୪୯ ହଜାର ୭ ଶହ ୮୭ ଟଙ୍କା ରହିଥିଲା। ଏଥିରେ ୩ ଜଣ ପ୍ରତିଦ୍ଵନ୍ଦୀ ଭଗବାନ ପ୍ରସାଦ ସାହୁ, ଡ଼ାକ୍ତର ଶିବାଶିଷ ଗିରି ଓ ଓମ୍ ପ୍ରକାଶ ସାହୁ ଭାଗ ନେଇଥିଲେ। କିନ୍ତୁ ତିନିଜଣ ନିଲାମ ପ୍ରତିଦ୍ଵନ୍ଦୀ ସରକାରଙ୍କ ଧାର୍ଯ୍ୟ ମୂଲ୍ୟକୁ ବିରୋଧ କରି ଧାର୍ଯ୍ୟ ମୂଲ୍ୟ ୩୦ ଲକ୍ଷ ଟଙ୍କା ରଖାଯାଉ ବୋଲି କହିଥିବା ବେଳେ ପ୍ରଶାସନ ପକ୍ଷରୁ ନିଲାମ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି, ଯାହା ଆସନ୍ତା ମାର୍ଚ୍ଚ ୬ ତାରିଖରେ କରାଯିବ ବୋଲି କହିଛନ୍ତି ବ୍ଲକ କତ୍ତୃପକ୍ଷ।
ତେବେ ଆଜି ନିଲାମରେ ଭାଗନେଇଥିବା ତିନି ପ୍ରତିଦ୍ୱନ୍ଦି ହାଟବାଦଡ଼ା ଗ୍ରାମର ହୋଇଥିବା ବେଳେ ଜର୍ମାନରେ କାର୍ଯ୍ୟରତ ବିଶ୍ଵ ପ୍ରସିଦ୍ଧ ଚିକିତ୍ସା ବୈଜ୍ଞାନିକ ଡାକ୍ତର ଶିବାଶିଷ ଗିରି ହାଟଟିକୁ ଲିଜରେ ନେବାକୁ ଚାହିଁଛନ୍ତି। ତେବେ ସେ ଜଣେ ବୈଜ୍ଞାନିକ ହୋଇ କାହିଁକି ହାଟଟିକୁ ନେବାକୁ ଚାହୁଁଛନ୍ତି ବୋଲି ତାଙ୍କ ମତ ନେବାରୁ ସେ କହିଛନ୍ତି ହାଟ ଲିଜ ତାଙ୍କୁ ମିଳିଲେ ସେ କଲେଜ ଛାତ୍ରଛାତ୍ରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଦ୍ବାରା ପରିଚାଳନା କରିବେ ଯାହା ଫଳରେ ସେମାନଙ୍କୁ ରଜଗାର ମିଳିବା ସହିତ ଏହାକୁ ଏକ ତାଲିମ କେନ୍ଦ୍ର କରାଯିବ। ଯାହା ଫଳରେ ନୂତନ ପିଢିର ଯୁବକ ଯୁବତୀମାନେ ହଜାର ହଜାର ଲୋକଙ୍କୁ ତଥା ବିଭିନ୍ନ ବ୍ୟବସାୟ ଭିତ୍ତିକ କାର୍ଯ୍ୟକଳାପକୁ କିଭଳି ପରିଚାଳନା କରିବେ ତାହାର ତାଲିମ ପାଇବେ ଯାହା ତାଙ୍କ ଭବିଷ୍ୟତରେ କାର୍ଯ୍ୟରେ ଆସିବ ବୋଲି ଡାକ୍ତର ଗିରି ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: Assembly: ବିଜେଡି ବିଧାୟକଙ୍କ ହୋହାଲ୍ଲା
ସେହିପରି ବର୍ତ୍ତମାନ୍ ର ଲିଜଧାରୀ ଭଗବାନ ପ୍ରସାଦ ସାହୁ ମଧ୍ୟ ପୁଣି ଥରେ ଲିଜରେ ନେଇ ହାଟ ଓ ପଞ୍ଚାୟତର ରାଜସ୍ବ ବୃଦ୍ଧି କରି ପଞ୍ଚାୟତର ଉନ୍ନତି କରିବେ। ଉକ୍ତ ନିଲାମ ସମୟରେ ହାଟ ସମେତ ଅନ୍ୟ ୩୭ଟି ନିଲାମ ତାଲିକାରେ ଥିଲା। ସେଥି ମଧ୍ୟରୁ ମାତ୍ର ୨ଟି ପୋଖରୀର ନିଲାମ ହୋଇଥିଲା। ଉକ୍ତ ନିଲାମ ପ୍ରକ୍ରିୟାକୁ କୁସୁମୀ ବ୍ଲକ ଏବିଡିଓ ମୀନତି ମାରାଣ୍ଡି, ପିଇଓ ଜନ୍ମେଜୟ ସେଠୀ, ହାଟବାଦଡ଼ା ସରପଞ୍ଚ ସବିତା ସୋରେନ ପ୍ରମୁଖ ପରିଚାଳନା କରିଥିଲେ। ନିଲାମ ସମୟରେ ଜିଲ୍ଲା ପରିଷଦ ରାମଚନ୍ଦ୍ର ମୁର୍ମୁଙ୍କ ସମେତ ବହୁ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ। ହାଟବାଦଡ଼ା ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/19/untitled-30jpg-2026-02-19-19-13-39.jpeg)