ବର୍ଷା ବିପତ୍ତି: ଲୋକନାଥ ମନ୍ଦିରରେ ୫ଫୁଟ ପାଣି, ସାକ୍ଷୀଗୋପାଳ ଉପର ବେଢ଼ାରୁ ଖସିଲା ବିଶାଳ ପଥର

ପୁରୀରେ ଭାଙ୍ଗିଲା ୪୦ଫୁଟର ପାଚେରୀ, ବାରିପଦା-ଉଦଳା ଯୋଗାଯୋଗ ବିଚ୍ଛିନ୍ନ

ବର୍ଷା ବିପତ୍ତି: ଲୋକନାଥ ମନ୍ଦିରରେ ୫ଫୁଟ ପାଣି, ସାକ୍ଷୀଗୋପାଳ ଉପର ବେଢ଼ାରୁ ଖସିଲା ବିଶାଳ ପଥର

ପୁରୀ/ବାରିପଦା: ଲଘୁଚାପ ବର୍ଷାର ପ୍ରଭାବରେ ପୁରୀସ୍ଥିତ ଲୋକନାଥ ମନ୍ଦିରରେ ପାଣି ପ୍ରବେଶ କରିଛି। ଲୋକନାଥ ମନ୍ଦିର ପରିସରରେ ୩ଫୁଟ ପାଣି ଥିବା ବେଳେ ମନ୍ଦିର ବେଢ଼ାରେ ୫ଫୁଟ ପାଣି ଜମି ରହିଛି। ନିକଟରେ ଥିବା ପାର୍ବତୀ ସାଗରର ୪୦ ଫୁଟ ପାଚୋରୀ ଭୁଶୁଡ଼ିବାରୁ ଅବସ୍ଥା ସଙ୍କଟାପନ୍ନ ହୋଇଛି। ଦର୍ଶକଙ୍କ ପାଇଁ ମନ୍ଦିର ପ୍ରବେଶକୁ ନିଷେଧ କରାଯାଇଥିବା ବେଳେ ଜଳାର୍ଣ୍ଣବ ଭିତରକୁ ଯାଇ ପୂଜାରୀ ଲୋକନାଥଙ୍କୁ ପୂଜା କରୁଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମନ୍ଦିରରୁ ଜଳ ନିଷ୍କାସନ କରିବାକୁ ସରକାର କିଛି ପଦକ୍ଷେପ ନେଇ ନାହାନ୍ତି।

ସେହିପରି ସାକ୍ଷୀଗୋପାଳ ମନ୍ଦିର ଉପର ବେଢ଼ାରୁ ଏକ ବିଶାଳ ପଥର ଖସିଛି। ପଥରର ଓଜନର ୧ କୁଇଣ୍ଟାଲରୁ ଅଧିକ ହେବ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ପ୍ରବଳ ବର୍ଷାରେ ମନ୍ଦିରର ବେଢ଼ା ଭିତରକୁ ପାଣି ପ୍ରବେଶ କରି ଦୁର୍ବଳ ହୋଇ ଯାଇଥିବାରୁ ପଥର ଖସିଥାଇ ପାରେ ବୋଲି କୁହାଯାଉଛି।

ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷାର ସ୍ଥିତ ଅସମ୍ଭାଳ ହୋଇ ପଡ଼ିଛି। ଉଦଳା ବ୍ଲକର ଅଦାପାଳ ଅସ୍ଥାୟୀ ପୋଲ ଉପରେ ୨ଫୁଟ ପାଣି ଯାଉଛି। ଫଳରେ ବାରିପଦା ଓ ଉଦଳା ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି। ଶିମିଳିପାଳ ଅଭୟାରଣ୍ୟର ଉପରମୁଣ୍ଡରେ ୨ ଦିନ ହେବ ଲଗାଣ ବର୍ଷା ହେଉଥିବାରୁ ବର୍ଷା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe