କେନାଲ ନିକଟରୁ ବିଶାଳ ଅଜଗର ଉଦ୍ଧାର

Advertisment

୧୧ ଫୁଟ ଲମ୍ବ, ୪୦ କେଜିରୁ ଅଧିକ ଓଜନ

୧୧ ଫୁଟ ଲମ୍ବ, ୪୦ କେଜିରୁ ଅଧିକ ଓଜନ

କେନାଲ ନିକଟରୁ ବିଶାଳ ଅଜଗର ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଳକ ଦୁମୁଡିହା ପଞ୍ଚାୟତ ହଳଦିଆ ବନ୍ଧ କେନାଲ ନିକଟରୁ ଗତକାଲି ବିଳମ୍ବିତ ରାତିରେ ଏକ ବିଶାଳ ଅଜଗର ସାପକୁ ଉଦ୍ଧାର କରାଯାଇଛି। ଏହି ସାପଟିର ଲମ୍ବ ପ୍ରାୟ ୧୧ ଫୁଟ୍ ହୋଇଥିବା ବେଳେ ଏହା ୪୦ କେଜିରୁ ଅଧିକ ଓଜନ ବୋଲି ଜଣାପଡ଼ିଛି। ପ୍ରବଳ ବର୍ଷା କାରଣରୁ ଆସିଥିବା ପାଣିରେ ସାପଟି ଭାସି ଆସିଥିବା କୁହାଯାଉଛି।

ଏତେ ବଡ଼ ଅଜଗରକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଏନେଇ ଯୁବ ସାପ ଧରାଳି ଦିଲୀପ ଚୌଧୁରୀଙ୍କୁ ଖବର ଦିଆଯାଇଥିଲା। ଦିଲୀପ କାଲୁ ଦାଦା ଏବଂ ସରୋଜ କୁମାର ନାଏକଙ୍କ ସହଯୋଗରେ ଅଜଗରଟିକୁ ବହୁତ କଷ୍ଟରେ ଉଦ୍ଧାର କରିଥିଲେ। ପରେ ଏହି ସାପଟିକୁ ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ଜିମା ଦେଇଥିଲେ ଦିଲୀପ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe