ଦୁଷ୍କର୍ମପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାରେ ନିଲମ୍ବିତ ହେଲେ ଝାରପୋଖରିଆ ଥାନା ଆଇଆଇସି ଶରତ କୁମାର ମହାଳିକ

Advertisment
ଦୁଷ୍କର୍ମ ପୀଡ଼ିତା ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା : ଯାଜପୁରରୁ ଆଉ ୨ ଅଭିଯୁକ୍ତ ଗିରଫ

ପୀଡ଼ିତା (ଫାଇଲ୍‌ ଫଟୋ)

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ଦୁଷ୍କର୍ମପୀଡ଼ିତା ପଦାର୍ଥବିଜ୍ଞାନ ବିଭାଗର ଅଧ୍ୟାପିକାଙ୍କ ଆତ୍ମହତ୍ୟା ପରେ ଆଜି ଝାରପୋଖରିଆ ଥାନା ଆଇଆଇସି ଶରତ କୁମାର ମହାଳିକଙ୍କୁ ନିଲମ୍ବିତ କରାଯାଇଥିବା ଜଣାଯାଇଛି। ଗତକାଲି ଏସ୍ଆଇ ତଥା ଏହି ମାମଲାର ତଦନ୍ତକାରୀ ଅଧିକାରୀ ପି.କେ. ସ୍ବାଇଁଙ୍କୁ ନିଲମ୍ବିତ କରାଯାଇଥିଲା।

ଗତକାଲି ଝାରପୋଖରିଆ ଥାନା ଆଇଆଇସି ଶରତ କୁମାର ମହାଳିକଙ୍କୁ ବଦଳି କରାଯାଇଥିଲା। ପୀଡ଼ିତାଙ୍କ ମୃତ୍ୟୁ ପରେ ଗତକାଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାମ୍ବାଦିକ ସମ୍ମିଳନୀ ଡାକି ୨ ଜଣ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ଦେଇଥିଲେ। ଦୁଷ୍କର୍ମକାରୀ ସୌମ୍ୟରଞ୍ଜନ ସାହୁଙ୍କ ସହିତ ଅନ୍ୟ ୨ ଜଣଙ୍କୁ ଆଜି ଗିରଫ କରାଯାଇଛି ବୋଲି କହିଥିଲେ।

publive-image Image Source--justdial

ସୂଚନାଯୋଗ୍ୟ, ମାସକ ତଳେ ସଂପୃକ୍ତ ଅଧ୍ୟାପିକା କେନ୍ଦୁଝରରେ ରହୁଥିବା ତାଙ୍କର ଜଣେ ସଂପର୍କୀୟ ଭାଉଜଙ୍କ ଘରକୁ ବୁଲି ଯାଇଥିଲେ। ସେଠାରେ ରହଣି କାଳରେ ଅଭିଯୁକ୍ତ ସୌମ୍ୟରଞ୍ଜନ ତାଙ୍କୁ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଅଧ୍ୟାପିକାଙ୍କୁ ଧମକ ଦେଇଥିଲା ଅଭିଯୁକ୍ତ। କିନ୍ତୁ ସେଠାରୁ ଫେରିବା ପରେ ଅଧ୍ୟାପିକା ଜଣକ ଝାରପୋଖରିଆ ଥାନାରେ ଏତଲା (କେସ୍ ନଂ ୧୨୫/୧୯) ଦେଇଥିଲେ। ଗୋଟିଏ ମାସ ଅପେକ୍ଷା ସତ୍ତ୍ବେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଯେଉଁଥିପାଇଁ ଅଧ୍ୟାପିକାଜଣକ ମାନସିକ ଭାରସାମ୍ୟ ହରାଇ ବସିଥିଲେ। ସାମାଜିକ ଲାଞ୍ଛନା ତଥା ମାନସିକ ଦୁଶ୍ଚିନ୍ତାରେ ପୀଡ଼ିତା ଅଧ୍ୟାପିକା ଆତ୍ମହତ୍ୟା ପଥକୁ ବାଛି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe