ବାଙ୍ଗିରିପୋଷି: ବିପଦରେ ବାଘ। ଜଙ୍ଗଲର ଅନ୍ୟତମ ଶକ୍ତିଶାଳୀ ପ୍ରାଣୀ ବାଘ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି। ଶିକାରୀମାନଙ୍କର ବନ୍ଧୁକମୁନକୁ ଭୟ କରୁଛି। ଶିକାରୀମାନଙ୍କ ଗୁଳିରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଏହାର ଛାଲକୁ ବିକ୍ରି ସମୟରେ ଖୁଲାସା ହୋଇଛି। ମୟୂରଂଭଜ ଜିଲ୍ଳା ବାଙ୍ଗିରିପୋଷି ରେଂଜ ସାରସପୋଷୀ ଗ୍ରାମ ନିକଟରେ ବାଘ ଚମଡ଼ା ବିକ୍ରି କରୁଥିବା ବେଳେ ବନବିଭାଗର ସତନ୍ତ୍ର ଟିମ୍‌ ଦ୍ବାରା ବାଘଛାଲ ସହିତ ଶିକାରୀ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲା ରାଜୁ ଆଲଦା (୩୦)।

Advertisment

ଏନେଇ ବାରିପଦା ଡିଏଫଓ ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତିନି ବର୍ଷର କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏହାର ଲମ୍ବ ୧୨୦ ସେଣ୍ଟିମିଟ। ଶିକାରୀ ବ୍ରାହ୍ମଣ ଗାଁ ପଞ୍ଚାୟତ ଚରାବନ୍ଧ ରାଜୁ ଆଲଦା ବୋଲି ବନବିଭାଗ କହିଛି।

ଆହୁରି ପଢ଼ନ୍ତୁ: Weather: ମାର୍ଚ୍ଚ ପ୍ରଥମ ସପ୍ତାହରୁ ୪୦ ଡିଗ୍ରି ନିକଟତର ହେଲା ଓଡ଼ିଶାର ତାପମାତ୍ରା