ଭୁବନେଶ୍ବର/ଝାରସୁଗୁଡ଼ା: ମାର୍ଚ୍ଚ ମାସର ପ୍ରଥମ ସପ୍ତାହରୁ ତାପମାତ୍ରା ଉପରମୁହାଁ ହୋଇଛି। ପୂର୍ବାହ୍‌ଣ ୧୦ଟା ପରଠାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ରାସ୍ତାରେ ଯିବା ବେଳେ ସୂର୍ଯ୍ୟକିରଣର ପ୍ରଖର କିରଣ ଅନୁଭୂବ ହେଉଛି। ଫାଲଗୁନ ପୂର୍ଣ୍ଣିମାରେ ଆଉ ବସନ୍ତ ପବନ ନାହିଁ। ଜଳବାୟୁ ପରିବର୍ତ୍ତନ କାରଣରୁ ଗ୍ରୀଷ୍ମପ୍ରବାହ ଆଗୁଆ ଆଗମନ ହେଲା ଭଳି ଜଣାପଡୁଛି। ମାର୍ଚ୍ଚ ୩ ତାରିଖରେ ତାପମାତ୍ରା ଯାହା ରହିବା କଥା, ‌ତାହା ରହୁନାହିଁ। ଝାରସୁଗୁଡ଼ାରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି। ଝାରସୁଗୁଡ଼ାବାସୀ ୩୮ ଡିଗ୍ରି ତାପମାତ୍ରାର ସାମ୍ନା କରିଛନ୍ତି। କିନ୍ତୁ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୨.୭ ଡିଗ୍ରି ରେକର୍ଡ ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ବ‌ୁଲେଟିନ ଜାରି କରିଛି। 

Advertisment

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ଗୋଟିଏ ବା ଦୁଇଟି ସ୍ଥାନରେ ତାପମାତ୍ରା ୪ରୁ ୫ ଡିଗ୍ରି ସେଲସିୟସ ଅଧିକ ରେକର୍ଡ କରାଯାଇଛି। ସେହିପରି କିଛି ଜିଲ୍ଲାରେ ତାପମାତ୍ରା ୨ରୁ ୩ ଡିଗ୍ରି ସେଲସିୟସ ବଢ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୪ଡିଗ୍ରି ଅଧିକ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: Rajya Sabha Election: ଦିଲୀପ ରାୟ ନିର୍ବାଚନରେ ବିଜୟ ହେବେ ବୋଲି ଆଶା କରୁଛି: ମୁଖ୍ୟମନ୍ତ୍ରୀ