ବାରିପଦା: ମୟୂରଭଞ୍ଜରେ ବସନ୍ତ ଋତୁ ଉଭାନ ହୋଇଯାଇଛି। ଏବେ ବସନ୍ତ ଋତୁରେ ମୃଦୁ ମଳୟରେ ମନ ପ୍ରଫୁଲ୍ଲିତ ହେବା କଥା, କିନ୍ତୁ ଗ୍ରୀଷ୍ମ କଲବଲ କଲାଣି। ଚଳିତବର୍ଷ ଜାନୁଆରି ଶେଷ ସପ୍ତାହରେ ଶୀତ ସରିବା ମାତ୍ରେ ଫେବ୍ରୁଆରି ପ୍ରଥମ ସପ୍ତାହରୁ ଗ୍ରୀଷ୍ମ ଅନୁଭୂତ ହେଉଛି। ଗତ ୧୫ ବର୍ଷ ମଧ୍ୟରେ ଜିଲ୍ଲାର ତାପମାତ୍ରା ପ୍ରାୟ ୦.୮ ଡିଗ୍ରି ବୃଦ୍ଧି ପାଇଛି। ଯାହା ପରିବେଶବିତ୍ଙ୍କ ସମେତ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି।
Cold weather: ରାଜ୍ୟରୁ ଶୀତ କମିବା ପ୍ରକ୍ରିୟା ଆରମ୍ଭ
ସୂଚନା ମୁତାବକ, ଫେବ୍ରୁଆରି ମାସର ଶେଷ ସପ୍ତାହରେ ବାରିପଦାରେ ତାପମାତ୍ରା ୩୭ ଡିଗ୍ରି ରହିଛି। ଆଗାମୀ ୧୦ ଦିନ ମଧ୍ୟରେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି। ପୂର୍ବରୁ ଫେବ୍ରୁଆରି ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ଶୀତ ଅନୁଭୂତ ହେଉଥିଲା। ଚଳିତମାସରେ ପଶ୍ଚିମାଝଡ଼ ପ୍ରବାହ ଯୋଗୁଁ ୪ ଦିନ ବର୍ଷା ହୋଇଥିବା ବେଳେ ତାପମାତ୍ରା କମ୍ ରହିଥିଲା। ଚଳିତବର୍ଷ ଫେବ୍ରୁଆରିରେ ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରି ରହିଥିବା ବେଳେ ଗତବର୍ଷ ୩୪.୫ ଡିଗ୍ରି ଓ ତା’ର ପୂର୍ବବର୍ଷ ମଧ୍ୟ ସେହିପରି ତାପମାତ୍ରା ରହିଥିଲା। ଗତ ୧୫ ବର୍ଷରେ ବାରିପଦାରେ ହାରାହାରି ୦.୮ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇଛି। ୨୦୧୦ରୁ ୨୦୧୯ ଯାଏଁ ମାର୍ଚ୍ଚର ହାରାହାରି ସର୍ବାଧିକ ତାପମାତ୍ରା ୩୫.୪୮ ଡିଗ୍ରି ରହିଥିବାବେଳେ ଏବେ ଏହା ଅଧିକ ହେଉଛି।
ତେବେ ୨୦୧୦ ମସିହା ମାର୍ଚ୍ଚ ମାସରେ ହାରାହାରି ତାପମାତ୍ରା ୩୬.୦ ଡିଗ୍ରି ରହିଥିବା ବେଳେ ୨୦୧୧ରେ ୩୫.୦ ଡିଗ୍ରି, ୨୦୧୨ରେ ୩୮.୪ ଡିଗ୍ରି, ୨୦୧୩ରେ ୩୭.୨ ଡିଗ୍ରି, ୨୦୧୪ରେ ୩୬.୪ ଡିଗ୍ରି, ୨୦୧୫ରେ ୩୭.୦ ଡିଗ୍ରି, ୨୦୧୬ରେ ୩୬.୮ ଡିଗ୍ରି, ୨୦୧୭ରେ ୩୭.୨ ଡିଗ୍ରି, ୨୦୧୮ରେ ୩୬.୦ ଡିଗ୍ରି, ୨୦୧୯ରେ ୩୬.୨ ଡିଗ୍ରି, ୨୦୨୦ରେ ୩୫.୦ ଡିଗ୍ରି, ୨୦୨୧ରେ ୩୭.୦ ଡିଗ୍ରି, ୨୦୨୨ରେ ୩୬.୫ ଡିଗ୍ରି, ୨୦୨୩ରେ ୩୪.୫ ଡିଗ୍ରି, ୨୦୨୪ରେ ୩୮.୦ ଡିଗ୍ରି ଓ ୨୦୨୫ରେ ଫେବ୍ରୁଆରିରୁ ଗରମ ଆରମ୍ଭ ହୋଇଯାଇଛି। ବାରିପଦାରେ ଫେବ୍ରୁଆରିର ତାପମାତ୍ରା ଦ୍ରୁତ ବୃଦ୍ଧି ପାଇଛି, ଯାହା ବସନ୍ତକୁ ହଜାଇ ଦେଇଛି। ଶୀତର ପ୍ରକୋପ ହ୍ରାସ ପାଇ କେବଳ ପାହାନ୍ତିଆରେ ସୀମିତ ରହିଛି। ଶିମିଳିପାଳ ପରି ଜୈବମଣ୍ଡଳ ରହିଥିଲେ ହେଁ ସହରୀକରଣ, ବୃକ୍ଷରୋପଣରେ ହ୍ରାସ, ଜଙ୍ଗଲକାଟ ଓ ସୂର୍ଯ୍ୟକିରଣ ବିକିରଣ ଏହାକୁ ଆହୁରି ତୀବ୍ର କରିବାରେ ଲାଗିଛି ବୋଲି ମତପ୍ରକାଶ ପାଇଛି।
Weather In Odisha: ଆହୁରି ଥରାଇବ ଶୀତ! ବୟସ୍କ ବ୍ୟକ୍ତିଙ୍କ ଜୀବନ ଅସ୍ତବ୍ୟସ୍ତ
ଏନେଇ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି ଯେ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖାଯାଇଛି। ଚଳିତବର୍ଷ ଫେବ୍ରୁଆରି ମାସରୁ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଥିବାରୁ ଗ୍ରାମଞ୍ଚଳରେ ନଳକୂଅକୁ ମରାମତି କରିବାକୁ କୁହାଯାଇଛି। ସବୁ ବ୍ଲକ୍ର ବିଡିଓ ଓ ତହସିଲଦାରଙ୍କୁ ସତର୍କ ରହିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/16/WEnOi2u3ajbWSHpmP3fJ.jpg)