ଡାକ୍ତର ଦେଖାଇବାକୁ ଯାଇଥିଲେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୁତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ କଳାକନା ବୁଲାଇବା ନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛିl

ଅଦ୍ୟତନ ହୋଇଛି
Baisinga

ବୈଶିଙ୍ଗା: ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅର୍ନ୍ତଗତ ବାଛୁରୀପଡା ଗ୍ରାମରେ ଘରେ କେହି ନଥିବା ସୁଯୋଗ ନେଇ ଦୁର୍ବୁତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ କଳାକନା ବୁଲାଇବା ନେଇ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇଛିl 

ପ୍ରାପ୍ତ ସୂଚନା ଅନୁଯାଇ ମଧୁସୂଦନ ସାହୁ ଓ ତାଙ୍କ ସ୍ତ୍ରୀ ନିଜ ଝିଅର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଶୁକ୍ରବାର ବାଲେଶ୍ବର ଡ଼ାକ୍ତରଖାନାକୁ ନେଇଥିଲେ। ତେବେ କୌଣସି କରଣ ବଶତଃ ସେଠାରେ ସେମାନଙ୍କୁ ରାତିରେ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲାl ପରେ ସେମାନେ ଶନିବାର ସକାଳେ ଘରେ ପହଞ୍ଚି ଦେଖିଲାବେଳକୁ ମୂଖ୍ୟ ଦରଜାରେ ପଡ଼ିଥିବା ତାଲା ଭଙ୍ଗା ଯାଇଥିବାବେଳେ ଘର ଭିତରେ ଆସବାବପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲାl 

ସେହିଭଳି ଶୋଇବା ଘର ଭିତରେ ଥିବା ଆଲମିରା ଭଙ୍ଗା ଯାଇ ସେଥିରେ ଥିବା ସୁନା ଗହଣା, ସାମସଙ୍ଗ ମୋବାଇଲ ଓ ତିରିଶ ହଜାର ଟଙ୍କା ଚୋରି ହୋଇଯାଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛିl ଏହାକୁ ନେଇ ପୁଲିସ ପକ୍ଷରୁ ୪୮୭/୨୫ ନଂରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଏସଆଇ ଇତିଶ୍ରୀ ସାହୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତିl ତେବେ ରବିବାର ବାରିପଦାରୁ ଫରେନସିକ ଟିମ ଆସି ପହଞ୍ଚି ଘଟଣାସ୍ଥଳରେ ଅଧିକ ତଦନ୍ତ କରିବେ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତିl

Mayurbhanj | Crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe