ମୟୂରଭଞ୍ଜ: ଅଳଙ୍କାର ଦୋକାନରେ ଲୁଟ୍‌ ଉଦ୍ୟମ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ମାଲିକ ବାପ-ପୁଅ ଗୁରୁତର

Advertisment
ମୟୂରଭଞ୍ଜ: ଅଳଙ୍କାର ଦୋକାନରେ ଲୁଟ୍‌ ଉଦ୍ୟମ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଉଭୟ ମାଲିକ ବାପ-ପୁଅ ଗୁରୁତର

ବେତନଟି/ବୈସିଙ୍ଗା: ମୟୂରଭଞ୍ଜରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ବୈସିଙ୍ଗାସ୍ଥିତ ମାଣତ୍ରୀ ରାସ୍ତା ପାର୍ଶ୍ୱରେ ଥିବା ମହାରଣା ଅଳଙ୍କାର ଦୋକାନରେ ଶୁକ୍ରବାର ଲୁଟ୍‌ ଉଦ୍ୟମ ହୋଇଛି। ଲୁଟେରାମାନଙ୍କ ଗୁଳି ଚାଳନା ଓ ଏସିଡ୍‌ ମାଡ଼ରେ ଅଳଙ୍କାର ଦୋକାନର ଉଭୟ ମାଲିକ ବାପ-ପୁଅ ଗୁରୁତର ଆହତ ହୋଇଛନ୍ତି। ବାପ ଗୋଡ଼ରେ ଗୁଳି ବାଜି ଥିବା ବେଳେ ପୁଅ ଏସିଡ୍‌ ମାଡ଼ରେ ଗୁୁରୁତର ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଛି।

publive-image

ଲୁଟେରାମାନେ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଖବର ପାଇ ବୈସିଙ୍ଗା ଥାନା ପୁଲିସ୍‌ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୁଟେରାଙ୍କ ଗୁଳି ମାଡ଼ରେ ବୈସିଙ୍ଗା ଥାନା ଆଇଆଇସି ବି ଆହତ ହୋଇଥିବା ସୂଚନା ରହିଛି। ତେବେ ସମୁଦାୟ ୬ ଜଣ ଲୁଟେରା ମିଶି ଲୁଟ୍‌ କରିବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକ ଓ ପୁଲିସ୍‌ର ମିଳିତ ଉଦ୍ୟମରେ ୩ ଜଣଙ୍କୁ ଧରାଯାଇ ଅଟକ ରଖାଯାଇଛି ଓ ଆଉ ୩ ଜଣ ଫେରାର୍‌ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe