Criminals arrested by police in Rairangpur. Photograph: (sambad.in)
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। କେବେ ଭେନିଟି ତ କେବେ ବେକରୁ ଚ୍ୟାନ୍ ଲୁଟ୍ ହେଉଛି। ଆଜି ଛିନ୍ତାଇ ସମୟରେ ଲୁଟେରାମାନେ ଘଟଣାସ୍ଥଳରୁ ଖସି ପାରିନାହାନ୍ତି। ଫେରାର ସମୟରେ ପଡ଼ିଯିବାରୁ ସ୍ଥାନୀୟ ଲୋକେ ସେମାନଙ୍କୁ ମାଡ଼ିବସିଛନ୍ତି। ଏଥି ସହିତ ସ୍ଥାନୀୟ ଲୋକେ ଲୁଟେରାମାନଙ୍କୁ ପୁଲିସ ପାଖରେ ଜିମା ଦେଇଛନ୍ତି। ଲୁଟେରାମାନେ ହେଲେ ବିହାର ରାଜ୍ଯର ସିତାମଢ଼ି ଜିଲ୍ଲାର ଗରଧନକି ନିବାସୀ ମହେଶ କୁମାର, ବଜରଙ୍ଗୀ କୁମାର ଓ କଟକ ଜିଲ୍ଲାର ରତିକାନ୍ତ ସ୍ବାଇଁ।
ଆଜି ସନ୍ଧ୍ୟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିର୍ଶାମୁଣ୍ଡା ପାର୍କ ପାଖରେ ଏକ ଦମ୍ପତି ଛିଡ଼ା ହୋଇ ଫୋନ୍ରେ କଥା ହେଉଥିଲେ। ଏହି ସମୟରେ ତିନି ଜଣ ଲୁଟେରା ଭେନିଟି ବ୍ୟାଗ୍ ଛିନ୍ତାଇ କରିବାକୁ ଚେଷ୍ଟା କରିଥିଲେ। ତେବେ ମହିଳା ଜଣକ ଭେନିଟି ବ୍ୟାଗଟି ଜୋରକି ଧରିଥିବାରୁ ଲୁଟେରାମାନେ ଭେନିଟି ନେବା ପାଇଁ ସକ୍ଷମ ହୋଇ ପାରି ନଥିଲେ। ଫଳରେ ଏବଂ ଖସି ପଡ଼ିଯାଇଥିଲେ।
ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ଲୁଟେରାମାନଙ୍କୁ ମାଡ଼ି ବସିବା ସହିତ ଅଟକ ରଖିଥିଲେ ଏବଂ ପୁଲିସକୁ ଜିମା ଦେଇଛନ୍ତି।ଲୁଟେରାମାନେ ଗୋଟିଏ ବାଇକ୍ରେ ତିନି ଜଣ ଯାଉଥିଲେ। ଘଟଣାସ୍ଥଳରୁ ପୁଲିସ ଲୁଟ୍ରେ ବ୍ଯବହୃତ ବାଇକ୍ (ଓଆର୍ ୦୩ଇ ୭୮୪୮) ଜବତ ହୋଇଛି।
Mayurbhanj | Women's
Follow Us