ମକର ମେଳା: ଟୁସୁ ପ୍ରତିମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର

Advertisment

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ଗାଁଠୁ ସହର ପ୍ରର୍ଯ୍ୟନ୍ତ ଉତ୍ସବମୁଖର ହେଲାଣିI ଏହି ପର୍ବ ପାଇଁ ଟୁସୁ ପ୍ରତିମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ଗାଁରେ କୁଡୁମୀ ସମ୍ପ୍ରଦାୟର ଲୋକେ ଟୁସୁ ପ୍ରତିମୂର୍ତ୍ତିକୁ ସ୍ଥାପନା କରି ପୂଜା କରିଥାନ୍ତି।

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ଗାଁଠୁ ସହର ପ୍ରର୍ଯ୍ୟନ୍ତ ଉତ୍ସବମୁଖର ହେଲାଣିI ଏହି ପର୍ବ ପାଇଁ ଟୁସୁ ପ୍ରତିମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ଗାଁରେ କୁଡୁମୀ ସମ୍ପ୍ରଦାୟର ଲୋକେ ଟୁସୁ ପ୍ରତିମୂର୍ତ୍ତିକୁ ସ୍ଥାପନା କରି ପୂଜା କରିଥାନ୍ତି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡର ଗାଁଠୁ ସହର ପ୍ରର୍ଯ୍ୟନ୍ତ ଉତ୍ସବମୁଖର ହେଲାଣିI ଏହି ପର୍ବ ପାଇଁ ଟୁସୁ ପ୍ରତିମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତି ଗାଁରେ କୁଡୁମୀ ସମ୍ପ୍ରଦାୟର ଲୋକେ ଟୁସୁ ପ୍ରତିମୂର୍ତ୍ତିକୁ ସ୍ଥାପନା କରି ପୂଜା କରିଥାନ୍ତି। ତେଣୁ ମକର ପର୍ବ ସମୟରେ ମାଟି ମୂର୍ତ୍ତିଶିଳ୍ପୀଙ୍କ ଦ୍ବାରା ବ୍ୟାପକ ପରିମାଣର ବିଭିନ୍ନ ଆକାରର ଟୁସୁ ମୂର୍ତ୍ତି ନିର୍ମାଣ କରାଯାଉଛି। ଏହି ମୂର୍ତ୍ତି ୧ ହଜାର ଟଙ୍କାରୁ ୩୦ ହଜାରରୁ ଉର୍ଦ୍ଧ ଟଙ୍କାର ମୂଲ୍ୟରେ ବିକ୍ରି ହେଉଛି।

ମକର ପର୍ବ ଅବସରରେ ସମଗ୍ର ଉପଖଣ୍ଡ ଟୁସୁ ଗୀତ ଓ ମାଦଳ ଧମସା ତାଳେତାଳେ ନାଚନ୍ତି ଆଦିବାସୀ I ଏହି ପର୍ବ ତିନି ଦିନ ଧରି ଚାଲିଥାଏ। ମୁଖ୍ୟତଃ ମହାନ୍ତ (କୁଡୁମୀ) ସମ୍ପ୍ରଦାୟର ଲୋକେ ଏହି ପର୍ବର ପ୍ରଥମ ଦିନକୁ ବାଉଣ୍ଡି ପର୍ବ କହନ୍ତି। ଏହି ଦିନ ଚାଉଳ ଚୁନାରୁ ବିଭିନ୍ନ ପ୍ରକାର ପିଠା ପଣା ତିଆରି କରାଯାଇଥାଏ। ଦ୍ଵିତୀୟ ଦିନ ନଦୀ ବା ଜଳାଶୟରେ ଟୁସୁ ଗୀତ ଓ ମାଦଳ ଧାମସା ତାଳେ ତାଳେ ନାଚନ୍ତି ଆଦିବାସୀI 

ଏହି ପର୍ବ ତିନି ଦିନ ଧରି ଚାଲିଥାଏ। ମୁଖ୍ୟତଃ ମହାନ୍ତ ସମ୍ପ୍ରଦାୟର ଲୋକେ ଏହି ପର୍ବର ପ୍ରଥମ ଦିନକୁ ବାଉଣ୍ଡି ପର୍ବ କହନ୍ତି। ଏହି ଦିନ ଚାଉଳ ଚୁନାରୁ ବିଭିନ୍ନ ପ୍ରକାର ପିଠା ପଣା ତିଆରି କରାଯାଇଥାଏ। ଦ୍ଵିତୀୟ ଦିନ ନଦୀ ବା ଜଳାଶୟରେ ବୁଡ଼ ପକାଇବା ପରେ ଅଘିରାକୁ ଜଳାଇ ସେଥିରେ ସେକି ହୋଇ ବାଣ ଫୁଟାଇ ଘରକୁ ଫେରିଥାନ୍ତି। ଏହି ବୁଡ଼ ପକାଇଲେ ପାପ ଦୂର ହୋଇଯାଏ ବୋଲି ବିଶ୍ଵାସ ରହିଛି। ପରେ ନୂତନ ବସ୍ତ୍ର ପିନ୍ଧି ମକର ପର୍ବରେ ଟୁସୁ ପ୍ରତିମୂର୍ତ୍ତିକୁ ପୂଜା କରାଯାଇଥାଏ। ଏହା ପରେ ମାଛ ମାଂସ ରୋଷେଇ କରି ଖାଆନ୍ତି, ସ୍ବତନ୍ତ୍ର ମାଂସ ପିଠା ଓ ଲେଠ କରି ଖାଇଥାନ୍ତି।

publive-image

ମୟୂରଭଞ୍ଜ ଜିଲ୍ଲାରେ ଗଣପର୍ବ ମକର ସଂକ୍ରାନ୍ତିକୁ ପ୍ରତି ଗାଁଗଣ୍ଡାରେ ବହୁ ଆଡମ୍ବର ସହକାରେ ପାଳନ କରାଯାଏ। ଏହି ପର୍ବ ସାଧାରଣତଃ ମୟୂରଭଞ୍ଜ, କେନ୍ଦୁଝର ଏବଂ ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ମକର ସହିତ ଟୁସୁ ପର୍ବ ହର୍ଷ ଉଲ୍ଲାସର ସହିତ ଏକଦା ଟୁସୁ ନାମରେ ଜଣେ ସୁନ୍ଦରୀ ଯୁବତୀ ଥିଲେ। ସେହି ଯୁବତୀ ଜଣେ ବିଧର୍ମୀ କବଳରୁ ନିଜକୁ ରକ୍ଷାକରିବାକୁ ଯାଇ ଟୁସୁ ଦେବୀ ଅତୀତରେ ନିଜେ ଗଭୀର ଜଳାଶୟକୁ ବିସର୍ଜନ କରି ପ୍ରାଣତ୍ୟାଗ କରିଥିଲେ। ଏଣୁ ଲୋକମାନେ ଟୁସୁଦେବୀଙ୍କ ଆଦର୍ଶରେ ଅନୁପ୍ରାଣିତ ପୂଜା କରିଥାନ୍ତି। ଗାଁଗଣ୍ଡାରେ ଟୁସୁ ଦେବୀଙ୍କୁ ନେଇ ସୁନ୍ଦର ଭାବରେ ଗୀତକୁ ସଜାଇ ବୁଲି ବୁଲି ଟୁସୁମେଳା ବା ଟୁସୁ ଭସାଇବାକୁ ନେଇଥାନ୍ତି।

ବିଭିନ୍ନ ଗ୍ରାମରେ ଟୁସୁ ମେଳା ଓ କ୍ରୀଡା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥାଏ। ତା ସହିତ କୁକୁଡ଼ା ଲଢେଇ ଏହି ପର୍ବକୁ ଅଧିକ ରୋମାଞ୍ଚକ କରିଥାଏ। ଚାକଦର, ରାଣୀବନ୍ଧ, ଟମକିଆ, ବାଲିଆଢ଼ିପା, ନୁରୁବାଦଡା, ବାସିଙ୍ଗି, ଘୁମାଳ ଆଦି ଗାଁରେ ମଧ୍ୟ ଟୁସୁ ମେଳାର ଆୟୋଜନ କରାଯାଇଥାଏ। ଶେଷରେ ଶ୍ରେଷ୍ଠ ଟୁସୁ ପ୍ରତିମୂର୍ତ୍ତିକୁ କମିଟି ପକ୍ଷରୁ ପୁରସ୍କୃତ କରାଯାଇଥାଏ। ସେଥିପାଇଁ ଟୁସୁ ଓ ମକର ପର୍ବ ପାଇଁ ପ୍ରାୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe