ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଧୋବାଧୋବଣୀ ଗ୍ରାମରେ ୧୦ ଡିସେମ୍ବରରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ତିରିଂ ଥାନା କେସ ନଂ ୧୭୮/୨୪ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପରକ୍ରୀୟା ପ୍ରୀତି ପାଇଁ ଉକ୍ତ ହତ୍ୟାକାଣ୍ଡ ଘଟିଥିବା ଅଭିଯୁକ୍ତ ସ୍ବୀକାର କରିଛି।
ଏହି ଖବର ପଢ଼ନ୍ତୁ: ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲା
ଅଭିଯୋଗ ଅନୁଯାୟୀ ଧୋବାଧୋବଣୀ ଗ୍ରାମର ମାଳାତି ଶୁଣ୍ଢିଙ୍କ ସ୍ଵାମୀ ମାଞ୍ଜୁର। ଗ୍ରାମର ମାନସିଙ୍ଗ ହେମ୍ବ୍ରମଙ୍କ ଟେଣ୍ଟ କାମ ପାଇଁ ଯାଇ ରାତି ୮ଟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରେ ସେ ଖବର ପାଇଲେ ଯେ, ତାଙ୍କ ସ୍ଵାମୀ ରାସ୍ତାର ପୋଲ ପାଖରେ ରକ୍ତାକ୍ତ ହୋଇ ପଡିଛନ୍ତି। ଖବର ପାଇ ସେ ଘଟଣାସ୍ଥଳକୁ ଆସି ଦେଖିଲେ ଯେ ତାଙ୍କ ସ୍ଵାମୀ ସେଠାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି। ସେ ବ୍ଲକ ଚେୟାରମେନକୁ ଖବର ଦେଲେ ଓ ସ୍ଵାମୀ ବଞ୍ଚିଛନ୍ତି ଭାବି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହି ଖବର ପଢ଼ନ୍ତୁ: ଆଇଆଇଟି ଛାତ୍ରୀ ଏସିପିଙ୍କ ଦ୍ବାରା ଦୁଷ୍କର୍ମର ଶିକାର
କୌଣସି ଅଜଣା ଲୋକ ତାଙ୍କ ସ୍ଵାମୀଙ୍କୁ ହତ୍ୟା କରିଥିବାର ସନ୍ଦେହ କରି ସେ ତଦନ୍ତ ପାଇଁ ଲେଖି ଜଣାଇଲେ। ଉକ୍ତ ମାମଲାର ତଦନ୍ତ ମୟୂରଭଞ୍ଜ ଏସପି ବରୁଣ ଗୁଣ୍ଟୁପଲ୍ଲୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ରାଇରଙ୍ଗପୁରର ଏଏସପି ନାରାୟଣ ନାୟକ, ଏସଡ଼ିପିଓ ଗୋକୁଳାନନ୍ଦ ସାହୁ ଓ ତଦନ୍ତ ଅଧିକାରୀ ପ୍ରଶାନ୍ତ କୁମାର ଜେନା କରିଥିଲେ। ମାଞ୍ଜୁର ଶୁଣ୍ଡିଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ।
ଘଟଣାର ତଦନ୍ତ ପରେ ଜଣାଗଲା ଯେ, ଉକ୍ତ ଗ୍ରାମର ଦୁଲମୁ ହେମ୍ବ୍ରମ(୫୮)ଙ୍କ ସ୍ତ୍ରୀ ସହିତ ମୃତ ମାଞ୍ଜୁରାଙ୍କ ଅନୈତିକ ସମ୍ପର୍କ ଥିବାର ସନ୍ଦେହ କରି ଦୁଲମୁ ହେମ୍ବ୍ରମ ପ୍ରତିଶୋଧ ନେବା ପାଇଁ ଜୀବନରୁ ଶେଷ କରିଦେବା ପାଇଁ ସୁଯୋଗ ଖୋଜୁଥିଲା। ଘଟଣା ଦିନ ଦୁଲମୁ ହେମ୍ବ୍ରମ ମଞ୍ଜୁରା ଓ ତାଙ୍କ ସ୍ତ୍ରୀଙ୍କୁ ସନ୍ଧ୍ୟା ସମୟରେ ଏକାଠି ଦେଖି କ୍ରୋଧର ବଶବର୍ତ୍ତୀ ହୋଇ ଏକ କାଠ ଫାଳିଆ ସାହାଯ୍ୟରେ ମାଞ୍ଜୁରାକୁ ଗୋଡାଇ ଗୋଡ଼ାଇ ତାଙ୍କ ମୁଣ୍ଡକୁ ତିନିଥର ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ମଞ୍ଜୁରା ରକ୍ତାକ୍ତ ହୋଇ ତଳେ ପଡିଯାଇଥିଲେ।
ଏହି ଖବର ପଢ଼ନ୍ତୁ: କଟକରେ ମୋ ବସ୍ରେ ପୁଣି ଅଗ୍ନିକାଣ୍ଡ
ଉକ୍ତ କାଠଟିକୁ ଦୁଲମୁ ନିକଟସ୍ଥ ଏକ ବୁଦା ଭିତରେ ଲୁଚେଇ ଦେଇ ପୋଡ଼ଶୀ ଝାଡ଼ଖଣ୍ଡରେ ଲୁଚିଥିଲା। ପୁଲିସ ଘଟଣାର ତଦନ୍ତ କରି ଦୁଲମୁକୁ ଗିରଫ କରିଥିଲା। ଅଭିଯୁକ୍ତ ନିଜର ଭୁଲ ସ୍ଵୀକାର କରିବା ସହ ଲୁଚାଇ ରଖିଥିବା ରକ୍ତଲଗା କାଠଟିକୁ ଲୁଚାଇଥିବା ସ୍ଥାନରୁ ବାହାର କରି ପୁଲିସକୁ ହସ୍ତାନ୍ତର କରିଛି। ଆଜି ପୁଲିସ ଦୁଲମୁ ହେମ୍ବ୍ରମକୁ ଆଜି କୋର୍ଟ ଚାଲାଣ କରିଛି।
ଏହି ଖବର ପଢ଼ନ୍ତୁ: ଏକ ପରିବାର ସମ୍ବିଧାନକୁ କ୍ଷତି ପହଞ୍ଚାଇଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/12/14/ORsLd7L0LKELtVgGIBxO.jpg)