ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ଯଶିପୁର/ପଦ୍ମପୁର : ଯଶିପୁର ଥାନା ଯାମୁକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଆମ୍ବଡିହା ଗାଁରେ ଗତରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ କୌଣସି ଧାରୁଆ ଅସ୍ତ୍ରରେ ଗ୍ରାମର ଲାଦୁ ହୋ(୪୫)ଙ୍କୁ ବେକୁ ହାଣି ହତ୍ୟା କରିଛନ୍ତି। ଘରେ ଲାଦୁଙ୍କ ପତ୍ନୀ ପାର୍ବତୀ(୪୦) ଉପସ୍ଥିତ ଥିଲେ ମଧ୍ୟ ଏହାର ସୁରାକ ପାଇନଥିଲେ। ଖବରପାଇ ଯଶିପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି। ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିିବା ସନ୍ଦେହ କରାଯାଉଛି। ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ପାର୍ବତୀଙ୍କ ସୂଚନା ଅନୁସାରେ, ଗତକାଲି ରାତିରେ ୨ ଜଣ ଲୋକ ତାଙ୍କ ଘରକୁ ଆସିଥିଲେ। ସେ ନିଜେ ଅନ୍ୟ ଏକ ଘରେ ଶୋଇଥିବାରୁ ହତ୍ୟା କେତେ ବେଳେ ହେଲା, କିଏ କଲା, ତାହା ଜାଣିନାହାନ୍ତି। ସକାଳେ ଲାଦୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଶୋଇବା ଘରେ ପଡ଼ିଥିବା ଦେଖି ସେ ପାଖପଡ଼ିଶା ଲୋକଙ୍କୁ ଡାକ ପକାଇଥିଲେ। ଲାଦୁଙ୍କ ବେକକୁ କେହି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣାପଡ଼ୁଥିଲା। ଲାଦୁଙ୍କ ମୃତ ଦେହ ଶୋଇବା ଘରେ ପଡ଼ିଥିଲା। ହେଲେ ରାତିରେ ଆସିଥିବା ଦୁଇ ବ୍ୟକ୍ତିଙ୍କ ପତ୍ତା ନଥିଲା। ପାର୍ବତୀଙ୍କ ଏତଲା କ୍ରମେ ଯଶିପୁର ଥାନାରେ ମାମଲା ରୁଜୁ ହୋଇଛି। ଆଇଆଇସି ଶରତ ଚନ୍ଦ୍ର ମହାଳିକ ଘଟଣାର ତଦନ୍ତ କରୁଛନ୍ତି। ରାତିରେ କିଏ ଆସିଥିଲେ ସେକଥା ଜାଣିବା ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ସେମିତି ପାର୍ବତୀଙ୍କ ବୟାନର ସତ୍ୟତା ଜାଣିବାକୁ ମଧ୍ୟ ପୁଲିସ ଛାନ୍‌ଭିନ୍‌ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe