ମୟୂରଭଞ୍ଜ: ନାହାସୋଳ ଜଙ୍ଗଲରୁ ନବଜାତ ପୁତ୍ର ଉଦ୍ଧାର

Advertisment
ମୟୂରଭଞ୍ଜ: ନାହାସୋଳ ଜଙ୍ଗଲରୁ ନବଜାତ ପୁତ୍ର ଉଦ୍ଧାର

ବାରିପଦା/ମୋରଡ଼ା: ଶନିବାର ସକାଳେ ଦେତନଟୀ ଥାନା ଅଧୀନ ମୋରଡ଼ା ବ୍ଲକ୍‌ ଅଞ୍ଚଳର ସୁରେଇଡିହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ନାହାସୋଳ ଜଙ୍ଗଲରୁ ଏକ ନବଜାତ ପୁତ୍ର ଉଦ୍ଧାର କରାଯାଇଛି।

ଗତରାତିରେ ଜନ୍ମହୋଇଥିବା ପିଲାଟିକୁ କେହି ଅଖାରେ ଗୁଡ଼ାଇ ଜଙ୍ଗଲ ମଧ୍ୟସ୍ଥ ଆଦିବାସୀ ଉପାସନାସ୍ଥଳ ‘ଜାହିରା’ ତଳେ ରଖି ଦେଇ ଯାଇଥିବା ଅନୁମାନ କରାଯାଉଛି। ଆଜି ବଡ଼ି ଭୋର୍‌ ସମୟରେ ବଣକୁ ଯାଇଥିବା ସ୍ଥାନୀୟ ଗ୍ରାମବାସୀ ପିମ୍ପୁଡ଼ି ଲାଗିଥିବା ସେ ପିଲାଟିକୁ ଦେଖିବା ପରେ ସେଠାରୁ ନେଇ ଆସିଥିଲେ।

publive-image

ଚିକିତ୍ସା ନିମନ୍ତେ ସେ ପିଲାଟିକୁ ଏବେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ର ଆଇସିୟୁରେ ରଖାଯାଇଛି। ସ୍ଥାନୀୟ ଆଶା ଦିଦି ଇରାମଣୀ ସୋରେନ୍‌ ଏବଂ ଅଙ୍ଗନବାଡ଼ି ଦିଦି ଚିତା ହେମ୍ବ୍ରମ୍‌ ପିଲାଟିର ତତ୍ତ୍ୱ ନେଉଛନ୍ତି।

ଯୁବ ସମାଜସେବୀ ରାକେଶ ସିଂ ଓ ସମାଜସେବୀ ମହେଶ୍ୱର ମହାନ୍ତି ଉପସ୍ଥିତ ରହି ଘଟଣାର ତଦାରଖ କରୁଛନ୍ତି।

ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା କଥା ଡାକ୍ତରଖାନା ତରଫରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe