Winter Session: ଶୀତଋତୁରେ ଜଳାଶୟକୁ ଆସୁନାହାଁନ୍ତି ବିଦେଶୀ ପକ୍ଷୀ

Advertisment

ଶୀତଋତୁ ଆସିଲେ ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ହୁଏ ବିଭିନ୍ନ ଜଳାଶୟ। ହଜାର ହଜାର ମାଇଲ୍ ଦୂରରୁ ଉଡି ଆସୁଥିବା ବିଦେଶୀ ପକ୍ଷୀ ଏଠାକାର ଜଳବାୟୂ ଓ ପରିବେଶ ସହିତ ଖାପ ଖୁଆଇ ପ୍ରାୟ ୩/୪ ମାସ କଟାଇଥାନ୍ତି।

ଶୀତଋତୁ ଆସିଲେ ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ହୁଏ ବିଭିନ୍ନ ଜଳାଶୟ। ହଜାର ହଜାର ମାଇଲ୍ ଦୂରରୁ ଉଡି ଆସୁଥିବା ବିଦେଶୀ ପକ୍ଷୀ ଏଠାକାର ଜଳବାୟୂ ଓ ପରିବେଶ ସହିତ ଖାପ ଖୁଆଇ ପ୍ରାୟ ୩/୪ ମାସ କଟାଇଥାନ୍ତି।

Rajgangpur bird

Rajgangpur bird. Photograph: (sambad.in)

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଶୀତଋତୁ ଆସିଲେ ବିଦେଶୀ ପକ୍ଷୀଙ୍କ ନୂଆ ଠିକଣା ହୁଏ ବିଭିନ୍ନ ଜଳାଶୟ। ହଜାର ହଜାର ମାଇଲ୍ ଦୂରରୁ ଉଡି ଆସୁଥିବା ବିଦେଶୀ ପକ୍ଷୀ ଏଠାକାର ଜଳବାୟୂ ଓ ପରିବେଶ ସହିତ ଖାପ ଖୁଆଇ ପ୍ରାୟ ୩/୪ ମାସ କଟାଇଥାନ୍ତି। କିଏ ଖାଦ୍ୟ ସନ୍ଧାନରେ ତ କିଏ ବଂଶ ବୃଦ୍ଧି କରିବାକୁ ଆସିଥାନ୍ତି ଏହି ଅଂଚଳକୁ। ତେବେ ଚଳିତ ବର୍ଷ ଶୀତ ଋତୁର ଅଧା ହେଲାଣି କିନ୍ତୁ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳୁନି। ଶୀତଋତୁରେ ବଣପାହାଡ଼ ଘେରା ମୟୂରଭଂଜ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ।

ଜଳାଶୟରେ ମଧ୍ୟ ବିଦେଶୀ ପକ୍ଷୀଙ୍କ କୋଳାହଳ ଦେଖିବାକୁ ମିଳିଥାଏ। କିନ୍ତୁ ବର୍ତମାନ ଶୀତଋତୁର ଅଧା ହେବାକୁ ବସିଲାଣି। କିନ୍ତୁ ବିଦେଶୀ ପକ୍ଷୀ ଜଳାଶୟରେ ଦେଖିବାକୁ ମିଳୁନାହାଁନ୍ତି। ବାମନଘାଟୀ ଉପଖଣ୍ଡର ଖଡଖାଇ ଡ୍ୟାମ୍, ବାଙ୍କବଳ ଡ୍ୟାମ୍, ନେସା ଡ୍ୟାମ୍, ରାଣୀ ବନ୍ଧ ଜଳାଶୟ ସମେତ ବିଭିନ୍ନ ଜଳାଶୟରେ ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥାଏ। ଚଳିତ ବର୍ଷ ଜଳାଶୟ ଗୁଡିକରେ ପକ୍ଷୀ ଦେଖିବାକୁ ମିଳୁନାହାଁନ୍ତି। ତେବେ ଚଳିତ ବର୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ହଇନଥିବାରୁ ଅଂଚଳବାସୀ ଓ ପକ୍ଷୀପ୍ରେମୀମାନେ ଦୁଃଖ ପ୍ରକାଶ କରିଛନ୍ତି। କେଉଁ କାରଣରୁ ପକ୍ଷୀ ଆସୁ ନାହାଁନ୍ତି ତାହା ଜଣାପଡୁନାହିଁ। ଆସନ୍ତା ଜାନୁଆରି ମାସରୁ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ସୂଚନା ମିଳିଛି। 

  • ୨୦୨୨ରେ ପକ୍ଷୀ ସଂଖ୍ୟା: ୧୯,୦୮୦
  • ୨୦୨୩ରେ ପକ୍ଷୀ ସଂଖ୍ୟା: ୭,୨୭୩
  • ୨୦୨୪ରେ ପକ୍ଷୀ ସଂଖ୍ୟା: ୫,୪୪୬

ହ୍ରାସ ପାଉଛି ପକ୍ଷୀ ସଂଖ୍ୟା

୨୦୨୨ ମସିହାରେ ହୋଇଥୀବା ପକ୍ଷୀ ଗଣନାରେ ରାଇରଙ୍ଗପୁର ବନଖଣ୍ଡରେ ମୋଟ ୧୯୦୮୦ ଟି ବିଦେଶୀ ପକ୍ଷୀ ଆସିଥିବା ବେଳେ ୨୦୨୩ ରେ ହୋଇଥୀବା ପକ୍ଷୀ ଗଣନାରେ ୭୨୭୩ଟି ପକ୍ଷୀ ଆସିଥିବା ବେଳେ ୨୦୨୪ ମସିହାରେ ପକ୍ଷୀ ସଂଖ୍ୟା ୫୪୪୬ ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କରାଯାଇଥିଲା ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ ବର୍ଷ ରାଇରଙ୍ଗପୁର ବନଖଣ୍ଡର ରାଇରଙ୍ଗପୁର ରେଂଜର ବିଭିନ୍ନ ଜଳାଶୟ ଯଥା ରାଇରଙ୍ଗପୁର ରେଂଜରେ ମୋଟ ୧୫୦୨, ବହଳଦା ରେଂଜରେ ମୋଟ ୧୩୧୬, ବିଶୋଇ ବନ୍ୟପ୍ରାଣୀ ଅଧିନରେ ୧୭, ମଣଦା ରେଂଜରେ ୬୯୬, ବାଦାମପାହାଡ଼ ରେଂଜରେ ମୋଟ୍ ୧୯୧୫ ଟି ସର୍ବମୋଟ୍ ୫୪୪୬ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥବା ନେଇ ଗଣନା ହୋଇଥିଲା। ତେବେ ବିଗତ ୩ ବର୍ଷ ତୁଳନାରେ ଦେଖିବାକୁ ଗଲେ ପ୍ରତ୍ୟେକ ବର୍ଷ ପକ୍ଷୀଙ୍କ ଆଗମନ ସଂଖ୍ୟା କମିବାରେ ଲାଗିଛି। 

ଆହୁରି ପଢ଼ନ୍ତୁ: ମଝି ଆକାଶରେ ମାଡ଼ ହେଲା ପକ୍ଷୀ, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ

ପକ୍ଷୀ ଅସୁରକ୍ଷିତ?

ମୟୂରଭଞ୍ଜ ଜିଲ୍ଲାର ପ୍ରାକ୍ତନ ବନ୍ୟ ପ୍ରାଣୀ ତତ୍ୟାବଧାରକ ପ୍ରଦୀପ୍ତ କବିଙ୍କ ସହିତ ଯୋଗାଯୋଗ କରିବାରୁ ଜଳବାୟୁ ପରିବର୍ତ୍ତନ ଓ ବିଦେଶୀ ପକ୍ଷୀମାନେ ଅସୁରକ୍ଷିତ ମଣୁଛନ୍ତି। ବିଦେଶୀ ପକ୍ଷୀ ମାନେ ନିଜକୁ ଯେଉଁଠି ସୁରକ୍ଷିତ ମନେ କରନ୍ତି ସେହି ସ୍ଥାନକୁ ଶୀତ ଦିନରେ ଯାଇଥାନ୍ତି। ବିଦେଶୀ ପକ୍ଷୀମାନେ ବଂଶ ବୃଦ୍ଧି ଓ ଖାଦ୍ୟ ଅନେଶ୍ଵଣରେ ଯାଇଥାନ୍ତି। ତେବେ ଏହି ଉପଖଣ୍ଡର ପରିବେଶକୁ ସେମାନେ ଖାପ ଖୁଆଇ ଚଳି ପାରୁନଥିବା ଓ ଶିକାରୀଙ୍କ କବଳରୁ ରକ୍ଷା ପାଇଁ ମଧ୍ୟ ଆସୁନଥିବା ସନ୍ଦେହ କରାଯାଉଛି।

ଆହୁରି ପଢ଼ନ୍ତୁ: ରାଇରଂଗପୁରରେ ଉପଖଣ୍ଡସ୍ତରୀୟ ନାରଦ ଜୟନ୍ତୀ ସମାରୋହ ଆୟୋଜିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe