ବୈଶିଙ୍ଗା (ଦୀପକ କୁମାର ସିଂହ): ଚିନ୍ତା ବଢ଼ାଉଛନ୍ତି ମାଙ୍କଡ଼ ପଲ। ଗୋଟିଏ କି’ ଦୁଇଟି ନୁହେଁ। ଏକାଥରକେ ଶହଶହ ସଂଖ୍ଯକ ମାଙ୍କଡ ଗାଁରେ ପଶି ଉପଦ୍ରବ ସୃଷ୍ଟି କରୁଛନ୍ତି। ଖେତରେ ପଶି ଖାଉଛନ୍ତି ଫସଲ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି, ଚାଷୀମାନେ ଏବେ ଚିନ୍ତାରେ। ଦିନ ତମାମ ହିଡ଼ରେ ଠିଆହୋଇ ପାଟିକରି ମାଙ୍କଡ଼ ଘଉଡାଇବାରେ ବ୍ଯସ୍ତ ସଭିଏଁ।
ଅନ୍ୟପଟେ ପରିବା ଖେତରେ ଜଗି ରହିଥିବା ପାଳଭୂତକୁ ବି ମାଙ୍କଡ଼ଙ୍କ ଖାତିରି ନାହିଁl କେତେବେଳେ ଗାଁ ଭିତରେ ପଶି ଉପଦ୍ରବ କରୁଛନ୍ତି ତ ଆଉ କେତେବେଳେ କ୍ଷେତରେ ପଶି ଫସଲ ଖାଇ ଯାଉଛନ୍ତି। ମୟୁରଭଞ୍ଜ ଜିଲ୍ଲା ଜିଲ୍ଲା ବେତନଟୀ ବନାଞ୍ଚଳ ଅନ୍ତର୍ଗତ ମେର୍ଦା ଉପକଣ୍ଠ ବିଭିନ୍ନ ଗାଁରେ ଦେଖିବାକୁ ମିଳୁଛି ଏଭଳି ଘଟଣାl ମାଙ୍କଡ ପଲ ଦଳଦଳ ହୋଇ ଚଳାଇଛନ୍ତି ଉପଦ୍ରବ।
/filters:format(webp)/sambad/media/media_files/2025/11/24/7f0049d7-63dd-4e4e-a0e1-44075ad8580b-2025-11-24-22-40-04.jpg)
ଫସଲ ନଷ୍ଟ କରୁଛନ୍ତି ମାଙ୍କଡ଼
ବେତନଟୀ ବ୍ଲକର ମେର୍ଦା ଉପକଣ୍ଠ ପୋଇଶିଳା, ସରଡିହ, ଉଣାପୁରା, ବେଣାପୁରା, ଦୁର୍ଗାପୁର ଓ ସିଙ୍ଗାରପୁରା ଭଳି ଆଖପାଖ ଅଧିକାଂଶ ଗାଁଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ଏହି ମାଙ୍କଡ଼ପଲଙ୍କ ଉପଦ୍ରବl ଧାନ ସମେତ ବାଡ଼ିରେ ଅମୃତଭଣ୍ଡା, କଦଳୀ ଠାରୁ ଆରମ୍ଭ କରି କୋବି, ବାଇଗଣ, ଭେଣ୍ଡି, କୁନ୍ଦୁରି ପ୍ରଭୁତି ରବି ଫସଲ କ୍ଷେତରେ ପଶି ସବୁ ଖାଇଯିବା ସହିତ ଫସଲ ଖିନଭିନ କରି ଦେଉଛନ୍ତି ମାଙ୍କଡ଼ପଲ। ନୂଆନୂଆ ଅମଳ ସମୟରେ ସବୁ ଫସଲ ମାଙ୍କଡ଼ ଦ୍ଵାରା ନଷ୍ଟ ହେଉଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀl ଏନେଇ ମେର୍ଦା ଅଞ୍ଚଳର ଚାଷୀମାନେ, ଗଂଜାମ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବେ ବୋଲି କହିଛନ୍ତିl
ଆହୁରି ପଢ଼ନ୍ତୁ: Hidma's death shook the organization: ପିଏଲଜିଏ ସପ୍ତାହ ପାଳନ ବନାମ ଅସ୍ତ୍ରବିରତି: ନକ୍ସଲ ସଂଗଠନର ଦୁଇ ଗୋଷ୍ଠୀର ଭିନ୍ନ ଭିନ୍ନ ପ୍ରେସ୍ ବିବୃତି
ପ୍ରଶାସନର ଅଣଦେଖା
ତେବେ ବନବିଭାଗର କୌଣସି ଅଧିକାରୀ ଏବଂ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁନାହାନ୍ତିl ତେବେ ଏନେଇ ଅଭିଯୋଗ ଆସିଲେ କିଛି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବେତନଟୀ ଡେପୁଟି ରେଞ୍ଜର ଧୃବେନ୍ଦ୍ରନାଥ ନାୟକl ଉକ୍ତ ଅଞ୍ଚଳରେ ବର୍ଷ ତମାମ ବଣୁଆ ହାତୀଙ୍କ ଦ୍ବାରା ଫସଲ କ୍ଷତି ହେଉଥିବା ଚାଷୀମାନେ ଅଭିଯୋଗ କରି ଆସୁଥିବା ବେଳେ, ଚଳିତବର୍ଷ ଶହଶହ ସଂଖ୍ଯକ ମାଙ୍କଡଙ୍କ ଉପଦ୍ରବ ଏବେ ସ୍ଥାନୀୟ ଲୋକ ଓ ଚାଷୀଙ୍କୁ ଅତିଷ୍ଠ କରିଛିl ତେବେ ଏ ସବୁର ସମାଧାନ ଓ ନିରାକରଣ କରିବା ଏବେ ଜରୁରୀ ହେରଇପଡିଛିl
ଆହୁରି ପଢ଼ନ୍ତୁ: Paddy Smuggling: ପିକ୍ଅପ୍ ଭ୍ୟାନ୍ରେ ମକା ମଂଜି ସହ ବାହାରକୁ ଧାନ ଚାଲାଣ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/24/cd48903f-cda7-49be-916f-307412008480-2025-11-24-22-40-04.jpg)