ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡ ଅଧୀନ ଖଡ଼ଖାଇ ନଦୀରେ ମଲା କଇଁଛ ଓ ମାଛ ମଡ଼କ ଦେଖାଯାଇଛି। କିଛିଦିନ ହେବ ଏଭଳି ଘଟଣା ଦେଖିବାକୁ ମିଳୁଛି। ତେବେ କଇଁଛଙ୍କ କେମିତି ମୃତ୍ୟୁ ହେଉଛି ତାହା ଜଣାପଡ଼ି ନାହିଁ। କଇଁଛ ମଡ଼କ ଦେଖି ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।
ଖଡ଼ଖାଇ ନଦୀଟି ବାଙ୍କବଳ ବନ୍ଧ ଓ ଖଡଖାଇ ବନ୍ଧର ମିଶ୍ରଣରୁ ସୃଷ୍ଟି ହୋଇ ରାଇରଙ୍ଗପୁର ସହର ଦେଇ ପଡ଼ୋଶୀ ଝାଡ଼ଖଣ୍ଡର ଜାମସେଦପୁରକୁ ବହି ଯାଇଛି। ସେଠାରେ ସୁବର୍ଣ୍ଣରେଖା ନଦୀରେ ମିଶିଛି। ଦୁଇ ନଦୀର ମିଶ୍ରଣ ଜାମସେଦପୁରସ୍ଥ ଦମୁହାଣିଠାରେ ସଙ୍ଗମ ହୋଇଛି। ଉକ୍ତ ଦୁଇ ନଦୀର ପାଣିକୁ ଟାଟା କମ୍ପାନି ସମେତ ବିଭିନ୍ନ ଛୋଟବଡ଼ କମ୍ପାନି ବ୍ୟବହାର କରନ୍ତି। ତେବେ କିଛି କମ୍ପାନି ଦୂଷିତ ଜଳକୁ ଉକ୍ତ ନଈରେ ନିଷ୍କାସିତ କରୁଥିବାରୁ ପାଣି ଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଫଳରେ ସେହି ନଦୀରେ ବିଭିନ୍ନ ଜଳଚର ପ୍ରାଣୀ ଯଥା ମାଛ, କଙ୍କଡା, କଇଁଛ, ଚିଙ୍ଗୁଡ଼ିଙ୍କ ସମେତ ବହୁ ଜଳଚର ପ୍ରାଣୀଙ୍କ ଉକ୍ତ ନଦୀରେ ଧୀରେଧୀରେ ଲୋପ ପାଇବାକୁ ବସିଲାଣି।
ଆହୁରି ପଢ଼ନ୍ତୁ: Supremecourt: ବୁଲା କୁକୁର ମନ୍ତବ୍ୟ ପାଇଁ ମେନକା ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍କୋର୍ଟ
ମତ୍ସ୍ୟଜୀବୀ ପ୍ରଭାବିତ
ତେବେ ବର୍ତ୍ତମାନ ରାଇରଙ୍ଗପୁରସ୍ଥ ଖଡଖାଇ ନଦୀର ମଧୁର ଜଳରେ ବିଭିନ୍ନ ପ୍ରକାର ମାଛ, କଙ୍କଡ଼ା, କଇଁଛ ପ୍ରଭୃତି ଦେଖିବାକୁ ମିଳିଥାଏ। ଏପରିକି ବାଙ୍କବଳ ବନ୍ଧ ଓ ଖଡ଼ଖାଇ ଦୁଇ ବନ୍ଧରେ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଟଙ୍କାର ମାଛ ଜାଆଁଳା ଛଡ଼ା ଯାଇଥାଏ। ସେଥିରୁ ଅଧା ମାଛ ବନ୍ଧରେ ରହୁଥିବା ବେଳେ ବର୍ଷାଋତୁରେ ଗେଟ୍ ଖୋଲା ଯିବା ସମୟରେ ନଦୀକୁ ଆସିଥାନ୍ତି। ଉକ୍ତ ମାଛ, କଙ୍କଡା, କଇଁଛ ପ୍ରଭୃତିକୁ ମାଛ ଧରାଳି (କେଉଟ)ମାନେ ଧରି ବଜାରରେ ବିକ୍ରି କରିଥାନ୍ତି। ତେବେ ଉକ୍ତ ନଦୀରେ ବିଷ ଓ କେମିକାଲ ଦେଇ ମାଛ ମାରିବା ଉପରେ କଟକଣା ଥିଲେ ମଧ୍ୟ ମାଛ ଧରାଳିମାନେ ସରକାରୀ ନିୟମର ଉଲ୍ଲଂଘନ କରି ଯାଉଥିବା ଅଭିଯୋଗ କରିଛନ୍ତି ପରିବେଶବିତ୍। ଯାହା ଫଳରେ ନଦୀରେ ମାଛ ଓ କଇଁଛଙ୍କ ମଡ଼କ ଭାସୁଥିବାର ଦେଖିବାକୁ ମିଳୁଛି।
ଆହୁରି ପଢ଼ନ୍ତୁ: Jibanara Jalachhabi: ଜୀବନର ଜଳଛବି: ଗୁଣ୍ଡିଚାଘାଗି, କଥାକାର ଗୌରହରି ଦାସଙ୍କ କଲମରୁ ନିସୃତ...
ମୃତ୍ୟୁର କାରଣ କହିଲେ ଅଧିକାରୀ
ପାଣି ପ୍ରଦୂଷଣ ଯୋଗୁଁ କଇଁଛଙ୍କ ମୃତ୍ୟୁ ହେଉଥିବା କହିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀମାନେ। ମୃତ ମାଛ ଓ କଇଁଛଙ୍କୁ ବାଲିରେ ପୋତିବା ପୂର୍ବରୁ ପୋଷ୍ଟମଟମ କରି ସେମାନଙ୍କ ମୃତ୍ୟୁ କାରଣ ସାମ୍ନାକୁ ଆଣିବାକୁ ଦାବି ହୋଇଛି। ଏ ସମ୍ବନ୍ଧରେ ରାଇରଙ୍ଗପୁର ସହକାରୀ ମତ୍ସ୍ୟ ଅଧିକାରୀ ସ୍ବାଗତିକା ସାହୁଙ୍କ ସହିତ ଯୋଗାଯୋଗ କରିବାରୁ ର୍ତ୍ତମାନ୍ ତାପମାତ୍ରା କମ୍ ରହୁଥିବାରୁ ଜଳଚର ଜୀବଙ୍କ ମୃତ୍ୟୁ ଘଟୁଥିବା କହିଛନ୍ତି। ଜଳଚର ଜୀବମାନେ ଅତି କମରେ ୨୬ ରୁ ୩୦ ଡିଗ୍ରି ତାପମାତ୍ରାରେ ରହିବା କଥା। କିନ୍ତୁ ବର୍ତ୍ତମାନ୍ ୨ରୁ ୩ ଡିଗ୍ରୀ ତାପମାତ୍ରା ରହୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/20/rairangpur-2026-01-20-19-48-55.jpg)