ଆମ୍ବୁଲାନ୍ସ ଅବହେଳା ଯୋଗୁଁ ଜୀବନ ହରାଇଲେ ନବଜାତ ଯାଆଁଳା ଶିଶୁ, ବିରୋଧରେ ଡାକ୍ତରଖାନା ଘେରାଉ

Advertisment
ଆମ୍ବୁଲାନ୍ସ ଅବହେଳା ଯୋଗୁଁ ଜୀବନ ହରାଇଲେ ନବଜାତ ଯାଆଁଳା ଶିଶୁ, ବିରୋଧରେ ଡାକ୍ତରଖାନା ଘେରାଉ

ବାରିପଦା: ଠିକ୍‌ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ବୁଧବାର ନବଜାତ ଯାଅାଁଳା ଶିଶୁଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାଇ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ବାଲିଭଲ ଗ୍ରାମର ମୁକୁରୁ ଦିଗିଙ୍କ ସ୍ତ୍ରୀର ବାସନ୍ତୀ ଦିଗିଙ୍କ ପ୍ରସବ ଜନିତ ଯନ୍ତ୍ରଣା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା। ବାସନ୍ତୀଙ୍କ ସ୍ୱାମୀ ୧୦୨/୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କରଞ୍ଜିଆ ଠାରୁ ୮ କିମି ଦୂରରେ ଥିବା ବାଲିଭଲ ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା।

ପୂର୍ବାହ୍ନ ୧୦ଟା ୩୦ ବେଳକୁ ଗର୍ଭବତୀ ବାସନ୍ତୀ ଦିଗି ନିଜ ଘରେ ଯାଅାଁଳା ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଗ୍ରାମାବାସୀଙ୍କ ସହଯୋଗରେ କରଞ୍ଜିଆ ଡାକ୍ତରଖାନାରେ ଜନ୍ମିତ ଶିଶୁ କନ୍ୟା ଡାକ୍ତରଖାନାକୁ ଆଣିଥିଲେ କିନ୍ତୁ ଶିଶୁ କନ୍ୟା ଦୟଙ୍କ ସେଠାରେ ମୃତ୍ୟୁ ହୋଇ ଯାଇଥିଲା। ନବଜାତଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଠିକ୍‌ ସମୟରେ ଆମ୍ବୁଲାନ୍ସ ପହଞ୍ଚି ନଥିବାରୁ ୨ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଥିଲେ। ସେମାନେ ଏହାକୁ ବିରୋଧ କରି ଡାକ୍ତରଖାନା ଘେରାଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe