Odisha Medical Services Association doctors protest as 13-point charter demands. (smabad.in)
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ସମ୍ମିଳନୀ କକ୍ଷ ପରିସରରେ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ୍(ଓମସା) ତରଫରୁ ସେମାନଙ୍କ ୧୩ ଦଫା ଦାବି ନେଇ ଗତବର୍ଷ ସେପ୍ଟେମ୍ବର ୧୮ରୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବଙ୍କୁ ଦାବି ପ୍ରଦାନ କରି ଆସୁଅଛି। ତଥାପି ସରକାର କୌଣସି ଠୋସ୍ ପଦକ୍ଷେପ ଗ୍ରହଣ ନ କରିବା ଏହା ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ ପାଇଁ ଲଜ୍ଜାଜନକ ଘଟଣା। ଏହାବ୍ୟତୀତ ଡାକ୍ତର ଖାନ ପ୍ରମୁଖ ସମସ୍ୟା ନେଇ ବହୁବାର ଆଲୋଚନା ପରେ ବି ଆଜି ପର୍ଯ୍ୟନ୍ତ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ବିଭିନ୍ନ ଦାବି ପୂରଣ କରୁନାହାନ୍ତି ବୋଲି ସିଧାସଳଖ ଉପଖଣ୍ଡ ଓମାସ ସଭାପତି ଡାକ୍ତର ରବୀନ୍ଦ୍ର ନାଥ ହେମ୍ବ୍ରମ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।
ତେବେ ୫ ଥରରୁ ଅଧିକ ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ସଚିବଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ସରକାର ଅଣଦେଖା କରୁଛନ୍ତି। ତେଣୁ ଓମସା ରାଜ୍ୟ ଶାଖା ନିଷ୍ପତ୍ତି କ୍ରମେ ଓମସା, ରାଇରଙ୍ଗପୁର ଶାଖା ତରଫରୁ ସ୍ଥାନୀୟ ମୁଖ୍ୟ ଡ଼ାକ୍ତର ରବୀନ୍ଦ୍ରନାଥ ମାରାଣ୍ଡିଙ୍କ ସଭାପତିତ୍ବରେ ସରକାରଙ୍କୁ ଜଣାଇବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ଡାକ୍ତର ରବୀନ୍ଦ୍ରନାଥ ମାରାଣ୍ଡି ଗଣମାଧ୍ୟମ ଜରିଆର ଦାବି ଗୁଡ଼ିକ ହେଲା କେନ୍ଦ୍ରୀୟ ହାରରେ ସମସ୍ତ ଚିକିତ୍ସକଙ୍କ ସମେତ ଦନ୍ତ ଚିକିତ୍ସକଙ୍କୁ ଡିଏସିପି ପ୍ରଦାନ, ଓଡ଼ିଶା ମେଡିକାଲ ହାଉସ ସର୍ଜନ ଏବଂ ଦନ୍ତ ଚିକିତ୍ସକଙ୍କ କ୍ୟାଡ଼ର ପୁନର୍ବିନ୍ୟାସ, ବିଶେଷଜ୍ଞ ଓ ଡିପ୍ଳୋମାଧାରୀ ବୃଦ୍ଧି କରାଯାଉ, ଓଡ଼ିଶା ସରକାରଙ୍କର ଅନ୍ୟ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗ (ପ୍ରବେଶ)ଙ୍କ ଭଳି ଦରମା ପଦ୍ଧତି ଏବଂ ଡିଏସିପି ଦରମା ନିର୍ଦ୍ଧାରଣ, ପ୍ରଶାସନିକ ଭତ୍ତା ଏବଂ ଦନ୍ତ ଚିକିତ୍ସକଙ୍କୁ ବିଶେଷଜ୍ଞ ଭତ୍ତା, ପୋଷ୍ଟମର୍ଟମ ଭତ୍ତା ବୃଦ୍ଧି, ଅଗ୍ରାଧୀକାର ଭିତ୍ତିରେ ଡାକ୍ତରୀ ଖାଲି ପଦବି ପୂରଣ କରାଯାଉ ଏବଂ ପ୍ରତିବର୍ଷ ବିଭାଗୀୟ ପଦୋନ୍ନତି କମିଟି ବସି ପଦୋନ୍ନତି କରାଯାଉ, କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା, କ୍ୟାପିଟାଲ ହସ୍ପିଟାଲ ସ୍ଥିତାବସ୍ଥା ବଜାୟ ରଖାଯାଉ, କେବିକେ ଅଞ୍ଚଳରେ ୫ ବର୍ଷରୁ ଅଧିକ ଚାକିରି କରିଥିବା ଡାକ୍ତରଙ୍କୁ ଉପକୂଳବର୍ତୀ ଜିଲ୍ଲାକୁ ଆଣିବା ନିଶ୍ଚିତ କରାଯାଉ, ସଙ୍କଟାପୂର୍ଣ୍ଣ ଅବସ୍ଥାରେ କାର୍ଯ୍ୟରତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କର ସ୍ବାସ୍ଥ୍ୟ ବୀମା କରାଯାଉ, ସମସ୍ତ ଡାକ୍ତରଖାନାରେ ଡାକ୍ତରମାନଙ୍କ ପାଇଁ ବାସଗୃହ ନିର୍ମାଣ କରିବା ଏବଂ ଆଡହକ୍ ଡାକ୍ତରମାନଙ୍କୁ ନିୟମିତ କରାଯାଉ ଏବଂ ଚାକିରି ଆରମ୍ଭରୁ ଡିଏସିପି ଲାଗୁ କରାଯାଉ।
ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କର ନାର୍ଯ୍ୟ ଦାବିପ୍ରତି ସହନଶୀଳ ହୋଇ ଦାବି ପୂରଣ କରନ୍ତୁ। ଆଗାମୀ ଦିନରେ ସରକାର ଯଦି କାଳକ୍ଷେପଣ ନୀତି ଅବଲମ୍ବନ କରନ୍ତି ତାହାହେଲେ ଓମସା ତରଫରୁ ଦାବି ହାସଲ ଯାଏଁ ଆନ୍ଦୋଳନକୁ ତିବ୍ରତର କରାଯିବ ଏବଂ ସରକାରଙ୍କୁ ଅସହଯୋଗ କରାଯିବ। ଜନସାଧାରଣ ଅସୁବିଧାରେ ପଡ଼ିଲେ ସରକାର ଦାୟୀ ରହିବେ ବୋଲି ନିଜ ମତ ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଓମସା ରାଇରଙ୍ଗପୁର ଶାଖାର ସଭାପତି ଡାକ୍ତର ରବୀନ୍ଦ୍ରନାଥ ମାରାଣ୍ଡୀ, ସଂପାଦକ ଡାକ୍ତର ସୌମେଶ କୁମାର ମହାନ୍ତ, ଉପସଭାପତି ଡାକ୍ତର ପ୍ରମୋଦ କୁମାର ସାହୁ, କୋଷାଧ୍ୟକ୍ଷ ଡାକ୍ତର ମାନସୀ କିସ୍କୁ, ଯୁଗ୍ମ ସଂପାଦକ ଡାକ୍ତର ଦେବେନ୍ଦ୍ରନାଥ ଟୁଡୁ, ଶାଖା କାର୍ଯ୍ୟକାରୀ ସଦସ୍ୟ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସୁପରିଣ୍ଟେଡେଣ୍ଟ ଡାକ୍ତର ରୀତା ସାହୁ, ବିଜାତଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଗୋବିନ୍ଦ ସୋରେନ, ତିରିଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ନରେନ୍ଦ୍ରନାଥ ମୁର୍ମୁ, ଗୋରୁମହିଷାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଛବିରାଣୀ ନାଏକ, ଜାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଦୀପକ ରଞ୍ଜନ ଜେନା, ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରିତେଶ ଚୈତନଙ୍କ ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Doctor: ଶବକୁ ବି ଯନ୍ତ୍ରଣା: ୭୦ କିମି ବୋହୁଛନ୍ତି ସମ୍ପର୍କୀୟ, ବିପଦସଂକୁଳ ଗୃହକୁ ଯିବାକୁ ଡାକ୍ତର ଅମଙ୍ଗ
ଡାକ୍ତର ଦେଲେ କଡ଼ା ଚେତାବନୀ
ଖାଲି ପ୍ରତିଶ୍ରୁତି ତି ଆଉ ଚାଲିବ ନାହିଁ। ସ୍ବାସ୍ଥ୍ଯମନ୍ତ୍ରୀ ଡାକ୍ତରମାନଙ୍କୁ ଭୂଆଁ ଭୂଲାଉଛନ୍ତି। ସରକାର ଏହି ନିତି ଆଉ ଚାଲିବ ନାହିଁ। ଶେଷରେ ଆଜିଠାରୁ ଦାବି ପୂରଣ ପର୍ଯ୍ୟନ୍ତ ଡାକ୍ତରମାନେ କଳା ପୋଷାକ ପରିଧାନ କରି ରୋଗୀଙ୍କ ସେବା କରିବେ ବୋଲି କଡ଼ା ଚେତବନୀ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: ତାମିଲନାଡୁ ଖଟିବାକୁ ଯାଇଥିଲେ ମୟୂରଭଂଜର ଯୁବକ, ଘରକୁ ଫେରୁଛି ଶବ
Follow Us