ସ୍ଲେଫି ନେବା ଭାରି ପଡ଼ିଲା: ଜଣେ ମୃତ, ୨ ଗୁରୁତର

ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଦେଇ ଯାଇଥିବା ୫୩ ନମ୍ବର ରାଜ୍ଯ ରାଜପଥ ଯୋଡାମ୍ବ ଘାଟିରେ ବାଇକ ଚଲାଇ ସ୍ଲେଫି ନେବା ୩ ଯୁବକଙ୍କୁ ଭାରି ପଡ଼ିଛି। ଭାରସାମ୍ୟ ହରାଇ ଦୁର୍ଘଟଣାର ସାମ୍ନା କରିଥିବା ଜରେ ଯୁବକଙ୍କ ମୃତ୍ୟୁ ଘଟିଛି।

Accident

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ଦେଇ ଯାଇଥିବା ୫୩ ନମ୍ବର ରାଜ୍ଯ ରାଜପଥ ଯୋଡାମ୍ବ ଘାଟିରେ ବାଇକ ଚଲାଇ ସ୍ଲେଫି ନେବା ୩ ଯୁବକଙ୍କୁ ଭାରି ପଡ଼ିଛି। ଭାରସାମ୍ୟ ହରାଇ ଦୁର୍ଘଟଣାର ସାମ୍ନା କରିଥିବା ଜରେ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ୨ ଗୁରୁତର ଅଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଘଟଣାରୁ ପ୍ରକାଶ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଜଂଘାର ଗ୍ରାମର ସୁରେନ୍ଦ୍ର ସିଂଙ୍କ ପୁଅ ମୁନା ସିଂ(୨୦) ସାଙ୍ଗ ସଂଜୟ ସିଂ(୧୯) ଓ କାହ୍ନୁ ମୁଣ୍ଡା(୨୨)ଙ୍କ ସହିତ ଏକ ବାଇକ (ଓଡି ୦୯ଆର ୬୩୩୭)ରେ ଠାକୁରମୁଣ୍ଡା ଆସୁଥିଲେ। ଯୋଡାମ୍ବ ଘାଟି ତଳକୁ ଆସୁଥିବା ବେଳେ ବାଇକର ହେଣ୍ତେଲରୁ ହାତଛାଡି ସ୍ଲେଫି ନେଉଥିବା ବେଳେ ଭାରସାମ୍ୟ ହରାଇଥିଲେ। ରାସ୍ତାକଡ଼ରେ ଥିବା ସିମେଣ୍ଟ ପିଲର ଖୁଣ୍ଟିକୁ ଧକ୍କାଦେଇଥିଲା। ବାଇକ ସହ ୩ ଜଣ ସିମେଣ୍ଟ ପିଲର ଖୁଣ୍ଟିରେ ଧକ୍କା ହୋଇ ଲହୁଲୁହାଣ ହୋଇ ସଂଜ୍ଞାହୀନ ଅବସ୍ଥାରେ ରାସ୍ତାକଡରେ ପଡିଥିଲେ।

ଖବର ପାଇ ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଗୁରୁତରମାନଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତିକରି କରାଯାଇଥିଲା। ସେଥି ମଧ୍ଯରୁ ମୁନା ସିଂଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରୁ ବାଇକ ଉଧାର କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe