କଟକ ବଡ଼ ମେଡ଼ିକାଲକୁ ଚିକିତ୍ସିତ ହେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ରୋଗୀ

Advertisment
କଟକ ବଡ଼ ମେଡ଼ିକାଲକୁ ଚିକିତ୍ସିତ ହେବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଆରପାରିକୁ ଚାଲିଗଲେ ରୋଗୀ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ କୁଡ଼ୁମା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ, ଏକ ସ୍କର୍ପିଓରେ ଝରାଡ଼ି ଅଞ୍ଚଳରୁ ଜଣେ ରୋଗୀକୁ କଟକ ବଡ ମେଡ଼ିକାଲକୁ ପରିବାରର ତିନିଜଣ ସଦସ୍ୟ ନେଉଥିବା ବେଳେ କରଞ୍ଜିଆ କୁଡ଼ୁମା ନିକଟରେ ଦୁର୍ଘଟଣା ଘଟିଥିଲା।

ସ୍କର୍ପିଓଟି ଦ୍ରୁତ ଗତିରେ ଆସି ଏକ ଗଛରେ ବାଡ଼େଇ ହେବା ଫଳରେ କଟକ ଯାଉଥିବା ଧନପୋତି ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଗାଡ଼ିଚାଳକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଏହାଛଡ଼ା ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରଣ କରିଛନ୍ତି ଡାକ୍ତର।publive-image

ଦୁର୍ଘଟଣାଟି ବିଳମ୍ବିତ ରାତିରେ ଘଟିଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା । ଦୁର୍ଘଟଣା ପରେ ସ୍କର୍ପିଓରେ ଯାଉଥିବା ଚାରିଜଣଯାକ ଗାଡ଼ି ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲେ, ଯାହା ଫଳରେ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ଦୁର୍ଘଟଣା ସଂପର୍କରେ ଖବର ପାଇ କରଞ୍ଜିଆ ଥାନା ପୁଲିସ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଗାଡ଼ି ମଧ୍ୟରେ ଫସି ରହିଥିବା ଚାରି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ତଦନ୍ତ ଜାରି ରଖିଛି । ମୃତକଙ୍କ ଘର ତିରିଂ ଥାନା ଅନ୍ତର୍ଗତ ଝରାଡ଼ି (ବଡ଼ କେମଡ଼) ଗ୍ରାମରେ ବୋଲି ଜଣାଯାଇଛି । ଘଟଣାସ୍ଥଳରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe