ଚୋରା ଗୋରୁ ବୋଝେଇ ପିକଅପ ଓଲଟିଲା, ବହୁ ଗୋରୁଗାଈ ମୃତ

Advertisment
ଚୋରା ଗୋରୁ ବୋଝେଇ ପିକଅପ ଓଲଟିଲା, ବହୁ ଗୋରୁଗାଈ ମୃତ

ସିଙ୍ଗଡ଼ା: ଚୋରା ଚାଲାଣ ହେଉଥିବା ଗୋରୁବୁହା ପିକଅପ ଭ୍ୟାନ ନମ୍ବର ଓଆର-୦୯ଏଲ୍ -୬୦୦୫ ମୟୂରଭଞ୍ଜ ସିଙ୍ଗଡ଼ା ନିକଟସ୍ଥ ଦରି ପୋଲ ଠାରେ ୪୯ ନମ୍ବର ଜାତୀୟ ରାଜପଥରେ ସକାଳ ପ୍ରାୟ ସାଢେ଼ ୬ଟା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଏହା ଭିତରେ ଥିବା ଗୋରୁଗାଈ ବାହାରକୁ ଛିଟିକି ପଡ଼ି ମୃତାହତ ହୋଇଥିବା ଜଣାପଡିଛି। ଯେଉଁ ଗୋରୁଗାଈ ବଞ୍ଚିଥିଲେ ସେମାନଙ୍କୁ ନିକଟସ୍ଥ ଲୋକମାନଙ୍କ ସହ ବାହାରକୁ ଛାଡ଼ି ଦିଆଯାଇଥିଲା ବୋଲି ଦରି ପଞ୍ଚାୟତ ପୂର୍ବତନ ସରପଞ୍ଚ ଚନ୍ଦ୍ରଜିତ ନାଏକ ଜଣାଇଛନ୍ତି।

ତେବେ ଏହି ପରି ଚୋରାଚାଲାଣ କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଉଥିବାରୁ ଜନସାଧାରଣ କ୍ଷୁବ୍ଧ ଏବଂ କ୍ଷୋଭ ପ୍ରକାଶ କରି ପୁଲିସ ପ୍ରଶାସନକୁ ଦାୟୀ କରିବା ସହ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଅନୁରୋଧ କରିଛନ୍ତି, ନଚେତ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି। ଘଟଣାସ୍ଥଳରେ କରଞ୍ଜିଆ ପୁଲିସ ପହଁଞ୍ଚି ମୃତ ଗୋରୁମାନଙ୍କୁ ହଟାଇବା ବ୍ୟବସ୍ଥା କରିବା ସହ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe