Poachers arrested from Similipal Tiger Reserve Photograph: (Sambad )
ଉଦଳା: ଶିମିଳିପାଳ ଅଭୟାରଣ୍ୟରେ ନିତିଦିନିଆ ଶିକାର କରୁଥିବା ୬ ଜଣ ଶିକାରୀ ଏଥର ଖସି ଯାଇପାରି ନାହାନ୍ତି। ବନ ବିଭାଗ ପକ୍ଷରୁ ଏହି ୬ ଜଣଙ୍କୁ ଗିରଫ କରାଯାଇଛି। ଗରିଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ୪ ଜଣ ହେଲେ ସନ୍ତୋଷ ଭକ୍ତା (୨୮), ବିଶ୍ୱନାଥ ଭକ୍ତା (୨୫), ସିମନାଥ ଭକ୍ତା (୩୦) ଏବଂ ସନ୍ତୋଷ ଭକ୍ତା (୫୦)।
ଏହି ଖବର ପଢ଼ନ୍ତୁ: ଶିମିଳିପାଳରୁ ଝାଡ଼ଖଣ୍ଡରେ ପହଞ୍ଚିଥିଲା ଜିନ୍ନତ୍
ବନ ବିଭାଗର ସୂଚନା ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମେରା ଖଞ୍ଜା ଯାଇଛି। ଏହି ଟ୍ରାପ୍ କ୍ୟାମେରା ଆଧାରରେ ମୟୂରଭଂଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ବଣିଆଦର ଗ୍ରାମରେ ଚଢଉ କରି ଛଅ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଜଙ୍ଗଲ ଭିତରେ ଲାଗିଥିବା ଟ୍ରାପ କ୍ଯାମେରାରେ ଶିକାରୀମାନଙ୍କର ଫଟୋ ଆଧାରରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।
ଏହି ଖବର ପଢ଼ନ୍ତୁ: ବାର୍ଷିକ ଉତ୍ସବକୁ ନେଇ ଚର୍ଚ୍ଚାରେ ଆରାଧ୍ୟା
ପ୍ରାକୃତିକ ସୌନ୍ଦର୍ଯ୍ୟରେ ସଂପଦରେ ପରିପୂର୍ଣ୍ଣ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀମାନେ ଆଉ ଆଗଭଳି ସୁରକ୍ଷିତ ନାହାନ୍ତି। ଅଭୟାରଣ୍ୟର ପାଦଦେଶରେ ରହୁଥିବା ଶିକାରୀମାନେ ନଜର ପକାଇଛନ୍ତି। ସୁଯୋଗ ପାଇଲେ ଅଭୟାରଣ୍ୟ ଭିତରେ ପ୍ରବେଶ କରି ଅବାଧ ଶିକାର କରୁଛନ୍ତି। ବନ ବିଭାଗର ବ୍ୟାପକ ପାଟ୍ରୋଲିଂ ଓ ଟ୍ରାପ୍ କ୍ୟାମେରା ଖଞ୍ଜାଯାଇଥିଲେ ବି ଶିକାରୀମାନେ ଏହାକୁ ଖାତିର କରୁ ନାହାନ୍ତି।
ଏହି ଖବର ପଢ଼ନ୍ତୁ: ଚେତକର ନୂଆ ୩୫ ସିରିଜ ଲଞ୍ଚ କଲା ବଜାଜ
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗିରଫ ଅଭିଯୁକ୍ତମାନଙ୍କ ମଧ୍ଯରୁ ଚାରି ଜଣଙ୍କୁ ବାରିପଦା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବା ସହିତ ଦୁଇ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି। ଏମାନେ ହେଲେ ବଣିଆଦର ଗ୍ରାମର ସନ୍ତୋଷ ଭକ୍ତା, ବିଶ୍ୱନାଥ ଭକ୍ତା, ସିମନାଥ ଭକ୍ତା ଏବଂ ସନ୍ତୋଷ ଭକ୍ତା। ପଚରା ଉଚରା ସମୟରେ ସେମାନଙ୍କ ନିକଟରୁ ପାଞ୍ଚ ଗୋଟି ଦେଶୀ ବନ୍ଧୁକ ସହିତ ବିପୁଳ ପରିମାଣର ବନ୍ଧୁକ ପାଉଡ଼ର ଏବଂ ଲୁହା ପେଲେଟ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୬ ଗୋଟି ବନ୍ଧୁକ ସମେତ ବିଭିନ୍ନ ପ୍ରକାର ବେଆଇନ ସାମଗ୍ରୀ ଉଦ୍ଧାର ହୋଇଥିବା ବେଳେ ମାମଲାରେ ତଦନ୍ତ ଜାରି ରହିଥିବାର କହିଛି ଏସଟିଆର ବିଭାଗ।
ଏହି ଖବର ପଢ଼ନ୍ତୁ: ବଣ୍ଡାଘାଟିରେ ଜିଲ୍ଲା ପ୍ରଶାସନ ସହ ସୁଭଦ୍ରା ଯୋଜନାକୁ ନେଇ ରୁଦ୍ଧଦ୍ବାର ବୈଠକ
Follow Us