ବୈଶିଙ୍ଗା: ବାଲେଶ୍ୱର ଜିଲ୍ଲା ନହରପାଟଣାରୁ ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆକୁ ସଂଯୋଗ କରୁଥିବା ୧୮ ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ପ୍ଲାଜା ନିକଟରେ ସନ୍ଧ୍ୟା ସମୟରେ ଟୋଲ ଗେଟ୍ ପାଖ ଢାବା ସାମ୍ନା ଓ ପାର୍ଶ୍ୱରେ ଯାନବାହନଗୁଡ଼ିକର ବେଆଇନ୍ ପାର୍କିଂ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପୁଲିସର ତତ୍ପରତା ଦେଖିବାକୁ ମିଳିଛି। ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ଗୃହ ବିଭାଗ ତାଗିଦ୍ କରିଛି।
୧୮ ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ପ୍ଲାଜା ନିକଟରେ ରାତି ତମାମ ପୁରା ଜାତୀୟ ରାଜପଥକୁ ଅବରୋଧ କରି ଛିଡା କରି ରଖୁଛନ୍ତି ମାଳମାଳ ଟ୍ରକ ଓ ଟ୍ରଲରl ଜାତୀୟ ରାଜପଥରେ ମାଳମାଳ ଟ୍ରକ୍ ବେଆଇନ ପାର୍କିଂ କରିବା ସହ ପାର୍ଶ୍ୱବର୍ତ୍ତୀ ସର୍ଭିସ ରୋଡ୍କୁ ମଧ୍ୟ ସମ୍ପୂର୍ଣ୍ଣ ଜାମ କରି ରଖୁଛନ୍ତି ଟ୍ରକ୍l ଫଳରେ ଏହି ବେଆଇନ ପାର୍କିଂ କରିବା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛିl
ପାର୍କିଂ ପ୍ରତି ନିଘା ନଥିବା ଅଭିଯୋଗ
ଉକ୍ତ ସ୍ଥାନରେ ବେଆଇନ ପାର୍କିଂ ଯୋଗୁ ଶୀତଦିନେ ଲାଗି ରହୁଥିବା ଘନ କୁହୁଡ଼ିରେ ଛିଡ଼ା ହୋଇଥିବା ଟ୍ରକ୍ ସବୁ କାର୍ ଚାଳକ କି ବାଇକ୍ ଚାଳକଙ୍କୁ ଦୃଶ୍ୟମାନ ହଉନାହିଁ ଯାହାପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାତ୍ରିକାଳୀନ ପଥଚାରୀl ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା ଶୁଣୁଛି ପ୍ରଶାସନ, ନା ଦୃଷ୍ଟି ଦେଉଛି ଜାତୀୟ ରାଜପଥ ପ୍ରାଧିକରଣl ଏମିତିକି ଟୋଲ ପ୍ଲାଜା ଲକ୍ଷାଧିକ ଟଙ୍କା କଲେକ୍ସନ କରୁଥିବାବେଳେ ବି ଏହି ବେଆଇନ ପାର୍କିଂ ପ୍ରତି ନିଘା ଦେଉନଥିବା ଅଭିଯୋଗ ହେଉଛିl
ଆହୁରି ପଢ଼ନ୍ତୁ: ଓଡ଼ିଆ ବିଭବ ଅଷ୍ଟମ ବର୍ଷପୂର୍ତ୍ତୀ ଆଲୋଚନା ଚକ୍ର: ଭାଷାର ମାନକୀକରଣ ସମୟର ଆବଶ୍ୟକତା
ତେଜିଲା ପ୍ରଶାସନ
ତେବେ ଏନେଇ ଗଣମାଧ୍ୟମରେ ଏକ ବିସ୍ତୃତ ଖବର ପ୍ରସାରଣ ସହିତ ସ୍ଥାନୀୟ ‘ସମ୍ବାଦ’ ପ୍ରତିନିଧିଙ୍କ ଦ୍ୱାରା 'ଏକ୍ସ' ରେ ଟ୍ୱିଟ ପରେ ତେଜିଛି ପ୍ରଶାସନ l ଗୃହବିଭାଗ ତତକ୍ଷଣାତ ଜିଲ୍ଲା ପୁଲିସ ପ୍ରଶାସନକୁ ତାଗିଦ ପୂର୍ବକ ନିର୍ଦେଶ ଦେବାପରେ ତତ୍ପରତା ଦେଖାଇଛି ସ୍ଥାନୀୟ ପୁଲିସ l ଜିଲ୍ଲା ଏସପିଙ୍କ ନିର୍ଦେଶକ୍ରମେ ବୈଶିଙ୍ଗା ଥାନା ଅଧିକାରୀ ବାରିଣୀ ଦାସଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଆଜି ଦିନ ତମାମ ଓ ସନ୍ଧ୍ୟାରେ ଏଏସଆଇ ଶୁଭ୍ରାଂଶୁ ରାଉଳଙ୍କ ସହିତ ପୁଲିସ ଟିମ ଯାଇ ପଦ୍ମନାଭପୁର ଟୋଲ ଗେଟ ୨ପାର୍ଶ୍ୱରୁ ବେଆଇନ ଭାବେ ପାର୍କିଂ ହୋଇଥିବା ଟ୍ରକ ଓ ଟ୍ରଲର ଗୁଡ଼ିକୁ ହଟାଇଛନ୍ତିl ଆଗକୁ ମଧ୍ୟ ସ୍ଥାନୀୟ ପୁଲିସ ଏ ଦିଗରେ ବିଶେଷ ଦୃଷ୍ଟି ଦେବେ ବୋଲି ସୂଚନା ମିଳିଛି l
ଆହୁରି ପଢ଼ନ୍ତୁ: National Para Swimming Championships: ଜାତୀୟ ପ୍ରତିଯୋଗିତାରେ ଚମକିଲେ ଗୋଲାପୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/18/nh-18-2025-11-18-20-32-25.jpg)