ରାଇରଙ୍ଗପୁର/ଯଶିପୁର: ମୟୂରଭଞ୍ଜ ଗସ୍ତର ତୃତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳକୁ ଯାଇଥିଲେ। ଶିମିଳିପାଳର ଗୁଡୁଗୁଡ଼ିଆଠାରେ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ଏକ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ହୋ, ସାନ୍ତାଳୀ, ମୁଣ୍ଡା, ଭୂମିଜ, ବାଥୁଡ଼ି, ଖଡ଼ିଆ ପ୍ରଭୃତି ଆଦିବାସୀମାନେ ହୁଳହୁଳି, କରତାଳି ଦେଇ ଉଚ୍ଚ୍ୱସିତ ସମ୍ବର୍ଦ୍ଧନା ସହକାରେ ସ୍ୱାଗତ କରିଥିଲେ। ସଭା ପ୍ରାରମ୍ଭରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥାସଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ରାଷ୍ଟ୍ରପତି ଶିମିଳିପାଳ ଭିତର ଗୁଡୁଗୁଡ଼ିଆକୁ ଆଗମନ ପାଇଁ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ଉକ୍ତ ସଭାରେ ରାଷ୍ଟ୍ରପତିଙ୍କ କରକମଳରେ ଭରଚୁଏଲ ମୋଡ଼ରେ ରିମୋଟ ଦବାଇ ଶିମିଳିପାଳ ଅଂଚଳରେ ବିଏସଏନଏଲର 4ଜି ନେଟୱାର୍କ ସେବାର ଲୋକାର୍ପଣ କରିଥିଲେ।
ଏହି ଅବସରରେ ଶିମିଳିପାଳବାସୀ ମଧ୍ୟ ନିରନ୍ତର ଇଣ୍ଟରନେଟ ତଥା ନେଟୱାର୍କ ସେବା ସହ ଯୋଡ଼ି ହେଲେ ବୋଲି ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଏହାରି ମାଧ୍ୟମରେ ହାତମୁଠାରେ ସମସ୍ତ ଖବର ଓ ଇଣ୍ଟରନେଟ ସେବା ଅଞ୍ଚଳବାସୀ ପାଇପାରିବା ସହ ଏହି ଅଞ୍ଚଳର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ବର୍ତ୍ତମାନ ଇଣ୍ଟରନେଟ ଦ୍ୱାରା ଅଧିକ ପଢିବାର ସୁଯୋଗ ପାଇବେ ଏବଂ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ମଧ୍ୟ ଏହା ବେଶ ସହାୟକ ହେବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆଶା ବ୍ୟକ୍ତ କରିଛନ୍ତି।
ଆହୁରି ପଢ଼ନ୍ତୁ: Industrialist Commits Suicide: ୧୭ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଉଦ୍ୟୋଗପତି, ସିସିଟିଭିରେ କଏଦ ହେଲା ଦୃଶ୍ୟ
ସେହିପରି ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଜଙ୍ଗଲ ସୁରକ୍ଷା ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଆଦିବାସୀଙ୍କ ଭୂମିକାକୁ ଉଚ୍ଚ ପ୍ରଶଂସା କରି ଏହାର ସଂରକ୍ଷଣରେ ନିଜକୁ ଉତ୍ସର୍ଗ କରିବାକୁ ଆହ୍ବାନ କରିଛନ୍ତି। ଏହା ସହ ଅଧିକ ବୃକ୍ଷରୋପଣ କରି ଜଙ୍ଗଲ ପରିସର ବୃଦ୍ଧି କରିବାକୁ ମଧ୍ୟ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଛନ୍ତି। କାର୍ଯ୍ୟକ୍ରମ ଶେଷରେ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଉପସ୍ଥିତ ଆଦିବାସୀ ମହିଳା ଓ ଯୁବ ବର୍ଗଙ୍କ ସହ ଭାବବିନିମୟ କରିଛନ୍ତି।
ଆହୁରି ପଢ଼ନ୍ତୁ: AI Team Work: ଅଫିସରେ କାମ କରିବ ଏଆଇ ଟିମ୍, ବଢ଼ିବ କି ଛଟେଇ?
ବିଶେଷକରି ଛାତ୍ରଛାତ୍ରୀଙ୍କ ସହ ଭାବ ଆଦାନପ୍ରଦାନ ସମୟରେ ଉଚ୍ଚଶିକ୍ଷା କରିବା ସହିତ ବର୍ତମାନର ପ୍ରତିଯୋଗୀତା ମୂଳକ ସମୟରେ ଶିକ୍ଷା ଲାଭପରେ ନିଜର ପ୍ରଚେଷ୍ଟା ଜାରି ରଖି ରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଛନ୍ତି। ସଭା ଶେଷରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କମ୍ବଳ ବଣ୍ଟନ କରି ହିତାଧିକାରୀଙ୍କୁ ନିରାମୟ ଜୀବନ କାମନା କରିଛନ୍ତି। ଆଜି ସକାଳୁ ଶିମିଳିପାଳରୁ ଯଶିପୁରକୁ ଫେରିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ଭୁବନେଶ୍ୱର ଗସ୍ତ କଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/02/06/similpal-2-2026-02-06-20-04-00.jpg)