ମୟୁରଭଞ୍ଜରେ ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଯୁବକକୁ କୋର୍ଟ ଚାଲାଣ

ମୟୁରଭଞ୍ଜରେ ଲଜ୍ଜା : ନାବାଳିକାକୁ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ ଯୁବକକୁ କୋର୍ଟ ଚାଲାଣ

ବାଦାମପାହାଡ/ପଢିଆ :  ଯୁବକ ଜଣଙ୍କ ମୋବାଇଲରେ କଥାବାର୍ତ୍ତା ହୋଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୋଳବେଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଅଭିଯୁକ୍ତ ହେଲେ ମନୋଜ ପାତ୍ର(୧୯)। ଦୀର୍ଘ ବର୍ଷେ ହେବ ମନୋଜ ଜଣେ ନାବାଳିକାକୁ ପ୍ରେମ ଜାଲରେ ଫଶାଇ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରି ଆସୁଥିଲା। ନାବାଳିକା ଜଣକ ଗର୍ଭବତୀ ହେବା ପରେ ଯୁବକ ଜଣକ ତାଙ୍କୁ ଧମକ ଦେଇଥିଲେ। ଏ କଥା କାହାକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଗତ ୮ ତାରିଖରେ ଯୁବକ ଜଣଙ୍କ ନାବାଳିକାକୁ ଅପହରଣ କରି ନେଇଥିଲା। କିନ୍ତୁ ସୌଭାଗ୍ୟବଶତଃ ପରିବାର ଲୋକେ ନାବାଳିକାକୁ ଭାଲୁବସାରୁ ଉଦ୍ଧାର କରିଥିଲେ। ପୀଡିତାଙ୍କ ବାପା ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେଣୁ ତାଙ୍କ କକା ଗତ ୧୧ ତାରିଖରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗ୍ରାମାଞ୍ଚଳ ଥାନା ଅଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ପୋକସୋ ଆଇନ ଅନୁସାରେ କେଶ ୧୪୪/୨୦ ନମ୍ବରରେ ପଞ୍ଜିକରଣ କରି ଅଭିଯୁକ୍ତ ଯୁବକକୁ  ଗତକାଲି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe