ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଂଚଳରେ ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଅଭିଯୁକ୍ତଙ୍କୁ ଏଡିଜେ ଡଃ ଭି. ସୁଜାତା ୭ ବର୍ଷ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜରିମାନା ଏବଂ ଅନାଦେୟ ୧ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି।
ମାମଲାର ବିବରଣୀରୁ ଜଣାଯାଏ ବିଶୋଇ ଥାନା ଅଂଚଳରେ ୨୦୨୦ ଜୁନ୍ ୧୧ ତାରିଖ ସଂନ୍ଧ୍ଯା ସମୟରେ ଜନୈକ ବିବାହିତା ମହିଳା ହାଟରୁ ପରିବା ନେଇ ଘରକୁ ରାସ୍ତାରେ ଏକୁଟିଆ ଚାଲିଚାଲି ଫେରୁଥିଲେ। ରାସ୍ତାରେ ଯାଉଥିବା ସମୟରେ ବିଶୋଇ ଥାନା ଅନ୍ତର୍ଗତ ବାଢୁଣିଆ ଗ୍ରାମର ନରେନ୍ଦ୍ର ବେହେରା ଓରଫ୍ କୁକୁ(୪୦)କୁ ବାଇକ୍ରେ ଆସୁଥିବା ସମୟରେ ମହିଳାଙ୍କୁ ଦେଖି ଅଟକାଇଥିଲେ। ସଙ୍ଗେସଙ୍ଗେ ତାଙ୍କ ମନକୁ ପାପ ଛୁଇଁଲା। ଛଳନାରେ କହିଲେ ମୁଁ ଯାଉଛି ତୁମକୁ ଘର ପାଖରେ ଛାଡି ଦେବି।
ବିବାହିତା ମହିଳା ହାଟରୁ ପରିବା ନେଇ ଘରକୁ ରାସ୍ତାରେ ଏକୁଟିଆ ଚାଲିଚାଲି ଫେରୁଥିଲେ। ରାସ୍ତାରେ ଯାଉଥିବା ସମୟରେ ବିଶୋଇ ଥାନା ଅନ୍ତର୍ଗତ ବାଢୁଣିଆ ଗ୍ରାମର ନରେନ୍ଦ୍ର ବେହେରା ଓରଫ୍ କୁକୁ(୪୦)କୁ ବାଇକ୍ରେ ଆସୁଥିବା ସମୟରେ ମହିଳାଙ୍କୁ ଦେଖି ଅଟକାଇଥିଲେ। ସଙ୍ଗେସଙ୍ଗେ ତାଙ୍କ ମନକୁ ପାପ ଛୁଇଁଲା।
ମହିଳା ଜଣଙ୍କ ନରେନ୍ଦ୍ରରର ବାଇକ୍ରେ ବସି ଆସୁଥିବା ସମୟରେ ନିଛାଟିଆ ଜାଗାରେ ଜଙ୍ଗଲ ପାଖରେ ଅଟକି ଥିଲେ। ମହିଳାଙ୍କୁ ଜଙ୍ଗଲ ବୁଦା ଭିତରକୁ ଟାଣି ନେଇ ବଳାତ୍କାର କରିଥିଲେ। ଏହାକୁ ନେଇ ମହିଳା ଜଣକ ପରିବାର ଲୋକଙ୍କୁ କାନ୍ଦିକାନ୍ଦି କହିଥିଲେ।
ଏନେଇ ମହିଳା ଜଣକ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲେ। ଆଜି ରାଇରଙ୍ଗପୁର କୋର୍ଟରେ ମାମଲାର ପୁଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣା ଏବଂ ୯ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ବିଚାରି କରି ଏଡିଜେ ଡଃ ଭି. ସୁଜାତା ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜରିମାନା ଅନାଦେୟ ୧ ବର୍ଷ ଅଧିକ କାରାଦଣ୍ଡ ଶୁଣାଣି କରିଛନ୍ତି। ପରିଚାଳନାରେ ସରକାରୀ ଏପିପି ପଙ୍କଜ ଦାସ ସହଯୋଗ କରିଥିଲେ।
Follow Us