ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗଳା କାଟି ହତ୍ୟା

Advertisment
ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗଳା କାଟି ହତ୍ୟା

ଉଦଳା : ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଉଦଳା-ସାଇଁକୁଳା ରାସ୍ତାକଡ଼େ ଜଣେ ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ବେହେରାଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପରେ ସତ୍ୟବାଦୀଙ୍କ ମୃତଦେହକୁ କେନାଲ ନିକଟ କାଳିମନ୍ଦିର ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି। ମୃତ ସତ୍ୟବାଦୀ େଉଦଳା ଏନ୍‌ଏସିର ଓ୍ଵାର୍ଡ ନମ୍ବର ୪ର ବାସିନ୍ଦା ବୋଲି ଜଣାପଡ଼ିଛି।

ପରିବାର ଲୋକଙ୍କ କହିବା ଅନୁସାରେ ଅବସର ପରେ ସତ୍ୟବାଦୀ ବାସନ୍ତୀ ମଣ୍ଡପ ଛକରେ ପତଞ୍ଜଳି ଜିନିଷ ବିକ୍ରି ପାଇଁ ଦୋକାନ କରିଥିଲେ। ସେଠାରୁ କିଛି ଦୂରରେ ତାଙ୍କ ପୁଅର ମେଡିସିନ ଷ୍ଟୋର ଥିଲା। ଆଜି ସକାଳ ପ୍ରାୟ ୭ଟାରେ ସେ ଘରୁ ସାଇକଲ ନେଇ ବାହାରି ଯାଇଥିଲେ। ଜଙ୍ଗଲ ପାଖରେ ଏକ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ତାଙ୍କ ପୁଅ ପହଞ୍ଚି ମୃତଦେହକୁ ଚିହ୍ନଟ କରିିଥିଲେ। ପରେ ଉଦଳା ଥାନା ଅଧିକାରୀ ରତିକାନ୍ତ ଗିରି, ଏସ୍‌ଡିପିଓ ସ୍ୱପ୍ନ ରଞ୍ଜନ ମହାପାତ୍ର ପହଞ୍ଚିଥିଲେ। ଘଟଣାସ୍ଥଳରୁ ଏକ ଧାରୁଆ ଅସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe