ଦାନା ବାତ୍ୟାର ପ୍ରଭାବରେ ଏକର ଏକର ଜମିର ଧାନ ଫସଲ ଉପୁଡିଲା

ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର,ବହଳଦା, ତିରିଂ, ଜାମଦା, କୁସୁମୀ, ବିଜାତଳା, ବିଶୋଇ ପ୍ରଭୃତି ୭ଟି ବ୍ଲକର ଅଧିକାଂଶ ଅଂଚଳରେ ବାତ୍ୟା ଦାନାର ପ୍ରଭାବରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି ।

crop

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର,ବହଳଦା, ତିରିଂ, ଜାମଦା, କୁସୁମୀ, ବିଜାତଳା, ବିଶୋଇ ପ୍ରଭୃତି ୭ଟି ବ୍ଲକର ଅଧିକାଂଶ ଅଂଚଳରେ ବାତ୍ୟା ଦାନାର ପ୍ରଭାବରେ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଯାହାଫଳରେ ଚାଷୀକୂଳ ଚିନ୍ତାରେ ଅଛନ୍ତି । ଲକ୍ଷଲକ୍ଷ ଟଙ୍କାର ଋଣ ଓ ଧାର କରଜ କରି ଚାଷ କାର୍ଯ୍ୟ କରିଥିଲେ ଚାଷୀ, ଚଳିତ ବର୍ଷ ଧାନ ଫସଲ ମଧ୍ୟ ଭଲ ହୋଇଥିଲା ।

 ଚାଷୀମାନେ ଆଶା କରିଥିଲେ ଫସଲ ହୋଇଥିବା ଯୋଗୁଁ ଧାନ ଫସଲ ଅମଳ ଭଲ ହେବ କିନ୍ତୁ ଦାନା ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ପାଚି ଥିବା ଧାନ ଜମିରେ ଓଲଟି ପଡି ପାଣିରେ ଧାନ କେଣ୍ଡା ଭାସୁଛି । ତେବେ ଆଉ ତିନି ଚାରି ଦିନ ସେମିତି ପାଣିରେ ବୁଡି ରହିଲେ ଧାନରୁ ଗଜା ବାହାରିଯିବ ଯାହାକୁ ନେଇ ଚାଷୀ ଚିନ୍ତାରେ ଅଛନ୍ତି । ତେବେ ଉପଖଣ୍ଡର ସମସ୍ତ ତହସିଲର ତହସିଲଦାରମାନେ ଆରଆଇଙ୍କ ଜରିଆରେ କ୍ଷୟକ୍ଷତି ହୋଇଥିବା ଜମିର ସମୀକ୍ଷା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe