ଝାରପୋଖରିଆ : ମୟୂରଭଞ୍ଜ ଜିଲ୍ଲା ସାରସକଣା ତହସିଲଦାର ଲଲାଟେନ୍ଦୁ ସିଙ୍କୁ ଆଜି ବାଲି ମାଫିଆମାନେ ଟ୍ରାକ୍ଟରରେ ଚପାଇଦେବାକୁ ଉଦ୍ୟମ କରିବା ଘଟଣା ଏଠାରେ ଆଲୋଡ଼ନ ସୃଷ୍ଟି କରିଛି। ସେ ଅଳ୍ପକେ ବର୍ତିଯାଇଥିଲାବେଳେ ଝାରପୋଖରିଆ ଥାନାରେ ଏନେଇ ଏତଲା ଦେଇଛନ୍ତି। ଗତ କିଛିଦିନ ଧରି ସୁବର୍ଣ୍ଣରେଖା ନଦୀରୁ ବ୍ୟାପକ ବାଲି ଉତ୍ତୋଳନ କରି ଚୋରାଚାଲାଣ ଚାଲିଛି। ଖବର ପାଇ ଆଜି ତହସିଲଦାର ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ନେଇ ସୁବର୍ଣ୍ଣରେଖା ନଦୀପଠାରେ ଚଢ଼ଉ କରିବାକୁ ଯାଉଥିଲେ। ଏହି ସମୟରେ ଗୋଟିଏ ଟ୍ରାକ୍ଟର ଅତର୍କିତ ଭାବେ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ସେହି ସ୍ଥାନରୁ ଦୌଡ଼ି ପଳାଇଥିବାରୁ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ। କିଛିବାଟ ଯାଇ ଟ୍ରାକ୍ଟର ଚାଳକ ଗାଡି ଛାଡି ପଳାଇଯାଇଥିଲା। ପରେ ସେମାନେ ଟ୍ରାକ୍ଟରକୁ ଜବତ କରିଛନ୍ତି। ବାଲି ମାଫିଆମାନେ ଜାଣିଶୁଣି ତାଙ୍କୁ ମଡ଼ାଇବାକୁ ଉଦ୍ୟମ କରିଥିଲେ ବୋଲି ସେ ଝାରପୋଖରିଆ ଥାନାରେ ଏତଲା ଦେଇଛନ୍ତି। ଜବତ ଟ୍ରାକ୍ଟର ଓଆର ୦୧ ଟି-୫୯୮୫ର ଡ୍ରାଇଭର ଓ ମାଲିକଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହେବ ବୋଲି ଏସ୍ଆଇ ମୁକୁନ୍ଦ ମେଲକା ପ୍ରକାଶ କରିଛନ୍ତି।
ତହସିଲଦାରଙ୍କୁ ଚପାଇ ମାରିବା ଉଦ୍ୟମ
Advertisment
Follow Us